ପୁରା ଖବର ବିଷୟରେ



ଜାକଲକୁଣ୍ଡି ଠାରେ ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କଲା ଏମ୍. ଭି-୭୯ ପୋଲିସ l

Jun 26 2022 11:41AM
ଜାକଲକୁଣ୍ଡି ଠାରେ ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କଲା ଏମ୍. ଭି-୭୯ ପୋଲିସ l କାଲିମେଳା:ମାଲକାନଗିରି ଜିଲ୍ଲା ଏମ୍. ଭି-୭୯ ଥାନା ଅନ୍ତର୍ଗତ ଏମ୍. ଭି-୧୨୬ ନିକଟରେ ପୋଲିସ ରାତ୍ର ପେଟ୍ରୋଲିଂଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଦୁଇଜଣ ବ୍ୟକ୍ତି ଜାକଲକୁଣ୍ଡି କେନାଲ ବ୍ରିଜ ନିକଟରେ ଜଙ୍ଗଲ ଭିତରେ ଗଞ୍ଜେଇ ରଖିଛନ୍ତି l ସେହି ବ୍ୟକ୍ତି ଦୁଇଜଣ ହେଲେ ମୁକୁନ୍ଦ ହାନ୍ତାଳ ଓ ସୁରେନ୍ଦ୍ର ହାନ୍ତାଳ l ଯାଞ୍ଚ ସମୟରେ ତାଙ୍କ ଠାରୁ ଗଞ୍ଜେଇ ପାଇଥିଲେ l ସୂଚନା ମୁତାବକ କେନାଲ ବ୍ରିଜ ନିକଟରେ ପହଞ୍ଚି ଜାକଲକୁଣ୍ଡି ଜଙ୍ଗଲରେ ଖୋଜଖୋଜି କରିବା ସମୟରେ ସେମାନେଙ୍କ ପାଖରୁ ଦୁଇଟି ପ୍ଲାଷ୍ଟିକ ବ୍ୟାଗ ଦେଖିବାକୁ ପାଇଥିଲେ l ସେହି ସମୟରେ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ସେମାନେ ଗଛ ପାଖରେ ଲୁଚି ରହିଯାଇଥିଲେ l ସେହି ସ୍ଥାନରୁ ଏମ୍-ଭି-୭୯ ପୋଲିସ ସେମାନଙ୍କ ଠାରୁ ଗଞ୍ଜେଇ ସହ ଗୋଟିଏ ମଟର ସାଇକେଲ ଜବତ କରିଥିଲେ l ପରେ ପଚାରଉଚାର ବେଳେ ଦୁଇ ଅଭିଯୁକ୍ତ ସେମାନେ ସେହି ଗଞ୍ଜେଇକୁ ଲୁଚାଇ ରଖିଥିବା ସ୍ୱୀକାର କରିଥିଲେ l ଏ ନେଇ କେଶ ନ ୬୯/୨୨ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏମ୍. ଭି-୭୯ ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି l