ପୁରା ଖବର ବିଷୟରେ



ଅଗ୍ନିପଥ - ଯୋଜନା ବାତିଲ୍ ପ୍ରତିବାଦରେ ଆର.ୱାଇ.ଏ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଗୁଣୁପୁର ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ l

Jun 25 2022 8:26AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ସିପିଆଇ (ଏମଏଲ)ଲିବରେସନ ଗଣ ସଂଗଠନ ବିପ୍ଳବୀ ଯୁବ ଆସୋସିଏସନ୍ (ଆର.ଓ୍ବାଇ.ଏ) ଓ ଅଖିଳ ଭାରତ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ଏବଂ ସିପିଆଇ ଏମଏଲ ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗଙ୍କ ନେତୃତ୍ବରେ ଆଜି ୨୪-୬-୨୦୨୨ ତାରିଖ ୧୦ ଘଣ୍ଟିକା ସମୟରେ ପୁରୁଣା ବସଷ୍ଟାଣ୍ଡ ଗୁଣୁପୁର ଠାରେ ଅଗ୍ନିପଥ ଯୋଜନା ବାତିଲ କରିବା ପ୍ରତିବାଦରେ ଏକ ପ୍ରତିବାଦ ଶୋଭା ଅନୁଷ୍ଠିତ ହୋଇଯାଇଛି । ଏଥିନେଇ ନୂଆ ବସଷ୍ଟାଣ୍ଡ ଗୁଣୁପୁର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା ଫେରାଇ ନେବାକୁ ବିଭିନ୍ନ ସ୍ଳୋଗାନ ଦେଇ ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ଦାବି ସମୁହ ହେଲା:-* ଅଗ୍ନିପଥ ଯୋଜନା ବାତିଲ କରାଯାଉ,* କୋରନା ମହାମାରୀ ପୁର୍ବରୁ ସେନାବାହିନୀରେ ନିଯୁକ୍ତି ପାଇଁ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ପରେ ମନୋନୀତ ପ୍ରାର୍ଥୀ ମାନଙ୍କୁ ତିନି ବର୍ଷ ବୟସ କୋହଳ କରି ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ,*ସେନା ବାହିନୀକୁ ଘରୋଇ କମ୍ପାନୀ ଆଦାନୀ ଅମ୍ବାନୀଙ୍କ ପାଦତଳେ ସମର୍ପଣ ପୁର୍ବରୁ ଅଗ୍ନିପଥ ଯୋଜନା ବାତିଲ କରାଯାଉ,*ଭାରତର ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ସୁନିଶ୍ଚିତ ସେନା ବାହିନୀ ନିଯୁକ୍ତି ଦିଆଯାଉ, *ଠିକା ନିଯୁକ୍ତି ପ୍ରଥା ବିଲୋପ କରାଯାଉ, *ଦେଶର ଅର୍ଥନୈତିକ ଅଗ୍ରଗତି ପାଇଁ ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ,*ଜୀବନର ପ୍ରମୁଖ ସମୟ ସେବାରେ ବିନିଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅବସର ପରେ ପେନସନ ସୁନିଶ୍ଚିତ କରାଯାଉ,*ଗଣତାନ୍ତ୍ରିକ ଆନ୍ଦୋଳନ କରୁଥିବା ଯୁବକ ମାନଙ୍କ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ। ଏହି ଅବସରରେ ବିପ୍ଳବୀ ଯୁବ ଆସୋସିଏସନ୍ ପକ୍ଷରୁ ଶ୍ରୀ ଆସାମବିନ୍ ଶବର,ସଞ୍ଜିବ ଶବର,ରଶ୍ମି ଶବର, ଯାତ୍ରା ଶବର, ସଞ୍ଜିବ ଶବର,ଏଲିସାୟ ଶବର,ସିମନ ଶବର ଅନାସିମ ଶବର,କିସାନ ସିଂ ଦଳବେହେରା ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶତାଧିକ ଯୁବକ ଓ ଯୁବତୀ ଯୋଗଦେଇ ପ୍ରତିବାଦ କରିଥିଲେ ।