ପୁରା ଖବର ବିଷୟରେ



ରାମନାଗୁଡା ତହସିଲ ରେ ନୂତନ ଅତିରିକ୍ତ ତହସିଲଦାର ଙ୍କ ଯୋଗଦାନ

Jun 23 2022 7:47PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାମନାଗୁଡା:-ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ତହସିଲ କାର୍ଯ୍ୟାଳୟ ରେ ଚଳିତ ବର୍ଷ ଗତ ଫେବୃଆରୀ ମାସ ୧୯ ତାରିଖରେ ଅଜିତ କୁମାର ପଟ୍ଟନାୟକ ଏଠାରେ ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ତାଙ୍କର ଦାଇତ୍ୱ ଗ୍ରହଣ ଦିନ ପର ଠାରୁ ରାମନାଗୁଡା ତହସିଲ କାର୍ଯ୍ୟାଳୟ ର ବିଭିନ୍ନ ପ୍ରକାର ର ସରକାରୀ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଧାରଣ ଲୋକେ ଆଶା ରଖିଥିଲେ କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟ ରେ ଯୋଗଦାନ କରି କିଛି ଦିନର ବ୍ୟବଧାନ ପରେ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଛନ୍ତି । ସୂଚନା ଥାଉକି :- ଫୁଲବାଣୀ ଜିଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରୁ ପଦୋନ୍ନତି ପାଇ ରାମନାଗୁଡା ଅତିରିକ୍ତ ତହସିଲଦାର ଭାବେ ଅଜିତ କୁମାର ପଟ୍ଟନାୟକ ରାମନାଗୁଡା ତହସିଲ କାର୍ଯ୍ୟଳୟ ରେ କାର୍ଯ୍ୟ ରେ ଯୋଗଦାନ କରିଥିଲେ । ତତ୍କାଳୀନ ଅତିରିକ୍ତ ତହସିଲଦାର ଶ୍ରୀ ପଟ୍ଟନାୟକ ଙ୍କ ସ୍ଥାନରେ ରାମନାଗୁଡା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଚନ୍ଦ୍ରଦାସ ମହାନନ୍ଦିଆ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ସେ ୨୦୧୯ ବ୍ୟାଚରେ ଓ ଆର ଏସ ସ୍ତରରେ ପାସ କରି କଳାହାଣ୍ଡି ଜିଲ୍ଲାରେ ତାଲିମ ସରିବା ପରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲରେ ପ୍ରଥମ କରି ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଶ୍ରୀ ମହାନନ୍ଦିଆଙ୍କ ନିଜପୈତୃକ ଘର ରାୟଗଡ଼ା ଜିଲ୍ଲା ଗୁମ୍ମାରେ ହୋଇଥିବାବେଳେ ବୁଧବାର ଦିନ କାର୍ଯ୍ୟରେ ଯୋଗଦେବା ପରେ ତହସିଲଦାର ପ୍ରଭାତୀ ଝୋଡିଆ ସମେତ ତହସିଲ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିବା ଜଣାପଡ଼ିଛି। ରାୟଗଡା ଜିଲ୍ଲା ମାଟିର ସନ୍ତାନ ହୋଇଥିବାରୁ ନିଜ ଜିଲା ଅନ୍ତର୍ଗତ ରାମନାଗୁଡା ତହସିଲ ସମ୍ବନ୍ଧୀୟ ବିଭିନ୍ନ ସରକାରୀ କାର୍ୟ୍ଯ କୁ ଆଗାମୀ ଦିନରେ ସମସ୍ତ ପ୍ରକାର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବେ ବୋଲି ସାଧାରଣ ରେ ଆଶା ପୋଷଣ କରାଯାଇଛି। ରାମନାଗୁଡା ତହସିଲ କାର୍ଯ୍ୟାଳୟ ରେ ଅତିରିକ୍ତ ତହସିଲଦାର ରୂପେ ଯୋଗ ଦେଇଥିବା ଶ୍ରୀ ମହାନନ୍ଦିଆ କିପରି ନିଷ୍ଠାପର ସହ ନିଜ ଦାଇତ୍ୱ ନିର୍ବାହ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।