ପୁରା ଖବର ବିଷୟରେ



ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ରାୟଗଡ ଗସ୍ତ " ସ୍ୱାମୀତ୍ୱ ପ୍ରକଳ୍ପର ଡ୍ରୋନ୍‍ ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କଲେ

Jun 23 2022 3:57PM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ରାୟଗଡ ଜିଲ୍ଲାକୁ ଗସ୍ତ କରି ଗତ ତା ୨୨/୦୬/୨୨ରିଖଦିନ ''ସ୍ୱାମୀତ୍ୱ'' ପ୍ରୋଜେକ୍‍ଟର ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ରାୟଗଡ ତହସିଲ ଅନ୍ତର୍ଗତ ହାଲୁଆ ଗ୍ରାମପଞ୍ଚାୟତରେ କୋଡାପାଡି ଗ୍ରାମକୁ ଯାଇ ଡ୍ରୋନ୍‍ର ଉଡାଣ ଓ ତାହା ମାଧ୍ୟମରେ ସର୍ଭେ କାର୍ଯ୍ୟ ନିରୀକ୍ଷଣ କରିଥିଲେ । ରାୟଗଡା ଜିଲ୍ଲାପାଳ ସ୍ୱଧା ଦେଵ ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉପସ୍ଥିତ ଥିଲେ । ସ୍ୱାମୀତ୍ୱ( SVAMITVA ) ର ଅର୍ଥ ହେଉଛି Survey of Villages and Mapping with Improvised Technology in Village Area । ଏହି Survey ଅତ୍ୟାଧୂନିକ ଶୈଳୀରେ ଡ୍ରୋନ୍‍ ମାଧ୍ୟମରେ କରାଯାଉଅଛି । ରାଜ୍ୟରେ ରାୟଗଡ ଜିଲ୍ଲାରେ ଏହାକୁ ପାଇଲଟ ପ୍ରଜେକ୍‍ଟ ହିସାବରେ ନିଆଯାଇଅଛି । ଏଥି ପାଇଁ ସମସ୍ତ ତହସିଲ Odisha Special Survey and Settlement Act- 2012 ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାୟଗଡ ଭଳି ଏକ ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳ ପାଇଁ ଏହି ସର୍ଭେ ବହୁତ ଉପଯୋଗୀ ଓ ନିର୍ଭୁଲ । ଜିଲ୍ଲା ପ୍ରଶାସନକୁ ତୁରନ୍ତ ସର୍ଭେ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗ୍ରlମକଷ୍ଠ ପରମ୍ୱୋକ, ସରକାରୀ ଜମି ଓ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଗ୍ରାମାଞ୍ଚଳର ସମସ୍ତ ଆବାଦୀ (Residential) ଅଞ୍ଚଳକୁ ଏଥିପାଇଁ ନିଆଯାଇଅଛି । ଏ ପର୍ଯ୍ୟନ୍ତ ୫ଟି ତହସିଲ ଯଥା- ଗୁଡାରି, ପଦ୍ମପୁର, ଗୁଣୁପୁର, ମୁନିଗୁଡା ଓ ରାୟଗଡରେ ୭୭୮ ଗ୍ରାମରେ ଡ୍ରୋନ୍‍ ଉଡାଣ କାର୍ଯ୍ୟ ସରି ରେକର୍ଡ ପ୍ରସ୍ତୁତ କାମ ଚାଲିଅଛି । ପ୍ରାଥମିକ ପର୍ଯ୍ୟାୟରେ ଗୁଡାରି ତହସିଲରେ ୧୩ଟି ଗ୍ରାମର ୩୧୨ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ ସରିଅଛି ।ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ତହସିଲଦାର ରାୟଗଡ ତାପସ କୁମାର ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l