ପୁରା ଖବର ବିଷୟରେ



ନୂଆଗାଁ ସେକ୍ସନ ବିଦ୍ୟୁତ୍ ଅଫିସ ଘେରିଲେ ଡିମିରିଆ ଗ୍ରାମବାସୀ।

Jun 23 2022 11:51AM
(ଦିଲ୍ଲୀପ ଜାନୀଙ୍କ ରିପୋର୍ଟ) ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନ ବିଦ୍ୟୁତ୍ ର ଚାଲିଛି ଲୁଚକାଳି ଖେଳ।ନୂଆଗାଁ ସେକ୍ସନ ଅଧୀନରେ ଥିବା ନୂଆଗାଁ, ଜାକେଡା ,କୋରଡ଼ା ଆଦି ପଞ୍ଚାୟତ ର ଶହଶହ ବିଦ୍ୟୁତ୍ ଉପୋଭୋକ୍ତା ଥିବାବେଳେ ବିଦ୍ୟୁତ୍ ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଯାହା ଫଳରେ ଅତିଷ୍ଠ ହୋଇ ନୂଆଗାଁ ବିଦ୍ୟୁତ୍ ଅଫିସ ଘେରିଛନ୍ତି ଜାକେଡା ପଞ୍ଚାୟତ ର ଡିମିରିଆ ଗ୍ରାମବାସୀ। ଡିମିରିଆ ଗ୍ରାମ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ ଦୀର୍ଘ ୮ ଦିନ ହେବ ଗ୍ରାମ ରେ ବିଦ୍ୟୁତ୍ ନ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଲୋକ ମାନଙ୍କ କହିବା କଥା ୮ ଦିନ ହେବ ଗ୍ରାମ ରେ ବିଦ୍ୟୁତ୍ ନଥିବା ଯୋଗୁଁ ପିଲାମାନେ ପାଠ ପଢା ରୁ ବଞ୍ଚିତ ହେବା ସହ ବନ୍ୟଜନ୍ତୁ,ସରୀସୃପ ଙ୍କ ଭୟ ଲାଗି ରହିଛି ।ଅସହ୍ୟ ଗୁଳୁଗୁଳି ଯୋଗୁଁ ଘରେ ରହିବା କଷ୍ଟ ସାଧ୍ୟ ହେଉଛି। ଏପଟେ ହାତୀ ଉପଦ୍ରବ ସହ ବିଦ୍ୟୁତ୍ ସମସ୍ୟା ଗ୍ରାମବାସୀ ଙ୍କୁ ଅତିଷ୍ଠ କରିଛି । ଏ ନେଇ ଜାକେଡା ପଞ୍ଚାୟତ ସମିତି ସଭ୍ୟା ପ୍ରଭାତୀ ମଳିକ , ୱାର୍ଡ ମେମ୍ବର ନବାତୀ ଜାନୀ,ପ୍ରତିମା ପ୍ରଧାନ, ତିଳୋତ୍ତମା ବେୱା,ବାସନ୍ତୀ ଜାନୀ,ପାର୍ବତୀ ବେହେରା,ବିନୋଦିନୀ ଜାନୀ,ଉପେନ୍ଦ୍ର ଜାନୀ,ବିରେନ୍ଦ୍ର ପ୍ରଧାନ,ଗଜେନ୍ଦ୍ର ଜାନୀ,ସୁବାସ ଜାନୀ, ସୁରେଶନ ପ୍ରଧାନ,ଙ୍କ ସମେତ ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଲୋକ ଆସି ବିଦ୍ୟୁତ୍ ଅଫିସ ଘେରିଥିଲେ। ତତ୍ ସହିତ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ନ ଥିବାରୁ ଅଫିସ କର୍ମଚାରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ। ଆଗାମୀ ଦିନରେ ଅନେକ ଗ୍ରାମ ବିଦ୍ୟୁତ୍ ସମସ୍ୟା ନେଇ ବିଦ୍ୟୁତ୍ ଅଫିସ ଘେରିବେ ବୋଲି ଜଣା ପଡିଛି।ତେବେ ନୂଆଗାଁ ସେକ୍ସନ ବିଦ୍ୟୁତ୍ ବିଭାଗ ର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା ।