ପୁରା ଖବର ବିଷୟରେ



୧୪୪ ଧାରା ବଳବତ୍ତର ରହି ଚାଲିଲା ବଳଭଦ୍ରପୁର , ଢ଼ିପା ମାଳ ରାସ୍ତା କାର୍ଯ୍ୟ

Jun 23 2022 5:45AM
(ଦିଲ୍ଲୀପ ଜାନିକଂ ରିପୋର୍ଟ) ନୟାଗଡ ଜିଲ୍ଲା ସଦର ବ୍ଲକ୍ ମାଳିସାହି ପଞ୍ଚାୟତ ଗୁଡୁ ପାଙ୍ଗି ଓ ୧୭ ଖଣ୍ଡ ମୌଜା କୁ ନେଇ ଦୀର୍ଘ ଚାରି ବର୍ଷ ଧରି ବିବାଦ ଲାଗି ରହିଥିବା ଯୋଗୁଁ ବଳଭଦ୍ରପୁର , ଢିପା ମାଳ ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ରହିଥିଲା।ବହୁତ୍ ଥର ଶାନ୍ତି କମିଟି ବସିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା।ତେଣୁ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇ ଆରମ୍ଭ ହୋଇଛି ରାସ୍ତା କାର୍ଯ୍ୟ।ରାସ୍ତା କାର୍ଯ୍ୟ ଆରମ୍ଭ ସମୟରେ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା, ଏସ୍ ଡି ପି ଓ, ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ,ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ,ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ, ଖଣ୍ଡପଡ଼ା ଓ ସରଣକୁଳ ଥାନା ଅଧିକାରୀ ଙ୍କ ସମେତ ଦୁଇ ସହ ରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୃତୟନ ଥିଲେ। ରାସ୍ତା କାର୍ଯ୍ୟ ଆରମ୍ଭ ସମୟରେ କୌଣସି ବିବାଦ ଉପୁଜିନଥିବା ବେଳେ ରାସ୍ତା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ୧୪୪ ଧାରା ବଳ ବତ୍ତର ରହିବ ବୋଲି ତହସିଲଦାର ପ୍ରଳୟା ନନ୍ଦ ଶତପଥୀ କହିଛନ୍ତି।