ପୁରା ଖବର ବିଷୟରେ



ଜାମବଣି ଗ୍ରାମରୁ ମୃତ ଶିଶୁ ଶବକୁ ଉଦ୍ଧାର କରି ତଦନ୍ତକରି ଶବ ବ୍ୟବଚ୍ଛେଦ କରାଇଲା ପୋଲିସ ବିଭାଗ

Jun 22 2022 1:28PM
ଜାମବଣି ଗ୍ରାମରୁ ମୃତ ଶିଶୁ ଶବକୁ ଉଦ୍ଧାର କରି ତଦନ୍ତକରି ଶବ ବ୍ୟବଚ୍ଛେଦ କରାଇଲା ପୋଲିସ ବିଭାଗ ନିଜର ପେଟ ପୋଷି ଦୁଇଓଳି ମୁଠାଏ ଦାନା ପାଇଁ ଗ୍ରାମରୁ ଉଦଳା ସହରରେ ଏକ ଛୋଟିଆ ବ୍ୟବସାୟ କରି ନିଜର ସୁଖ ସଂସାର ର ପ୍ରତି ପୋଷଣ କରି ଖୁସିରେ ଚାଲିଥିଲା ଛୋଟିଆ ସଂସାର l ହେଲେ ସେ ଖୁସିର ସଂସାର ରେ ଗ୍ରହଣ ଲାଗିଗଲା । ସତେ ଯେପରି ଆଗରୁ ଜଗି ବସିଥିଲା ଯମ, ଚାଲିଗଲା କୋମଳ ମତି ନିରୀହ ରିତେଶ ର ଜୀବନ । ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଗଲା । ବଳିପଡିଗଲା ଏକ ମାତ୍ର ପୁତ୍ର ।ଚାରିଆଡେ ଅନ୍ଧକାର ହୋଇ ଗଲା । ଏହିଭଳି ହୁଦୟ ବିଦାରକ ଘଟଣା ଘଟିଯାଇସହି ଉଦଳା ଅଞ୍ଚଳରେ । ଶୁଣିଲେ ଛାତି ଫାଟି ପଡୁଛି ଅନ୍ଧାର ଲଗୁଛି ଦୁନିଆଟା ଆଇନ ଆଗରେ ହାରିଗଲା ମାର ମମତା । ମାଟି ଖୋଳି ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଲା ପୋଲିସ୍ । ଏଭଳି ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ । ଉଦଳା ଥାନା ତଥା ଉଦଳା ଏନଏସିର ୩ ନମ୍ବର ୱାର୍ଡର ଶରତ ପାତ୍ର ନିଜର ୫ ବର୍ଷର ପୁଅ ରିତେଶ ପାତ୍ରକୁ ସାଙ୍ଗରେ ନେଇ ଉଦଳାର ହୋଟେଲ ସିପ୍ରନ ଇନ ରେ ହେଉଥିବା ଏକ ବିବାହକୁ ଗୁପଚୁପନେଇ ଯାଇଥିଲେ, ତେବେ ବାହାଘର ରେ ବାପା ଲୋକଙ୍କୁ ଗୁପଚୁପ ଦେବାରେ ବ୍ୟସ୍ତ ଥିବା ବେଳେ ଏହି ସମୟରେ ପୁଅ ନିକଟରେ ଖେଳା ଖେଳି,ବୁଲାବୁଲି କରୁଥିବା ବେଳେ ଅସାବଧାନତା ବଶତଃ ହୋଟେଲର ସୁଇମିଙ୍ଗ ପୋଲରେ ପଡିଯାଇଥିଲା । ପରେ ଏ ବାବଦରେ ଜାଣିବା ପରେ ତାକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । କାର୍ଯ୍ୟରତ ଡାକ୍ତର ଶବ ବ୍ୟବଚ୍ଛେଦ ନିମନ୍ତେ ଶବ ଗୃହକୁ ନେଇ ଯିବାକୁ ପରାମର୍ଶ ଦେଇଥିବା ବେଳେ,ଏହା ଶୁଣିବା ପରେ ଭାରସାମ୍ୟ ହରାଇ ବସିଥିଲେ ବାପା ଏବଂ ମାଆ । ପୁଅକୁ ସାଙ୍ଗରେ ଧରି ଉଦଳାରେ ରହୁଥିବା ଘରକୁ ଚାଲିଯାଇଥିବା ବେଳେ ପରେ ଡୁକୁରା ଡାକ୍ତରଖାନାରେ ନେଇ ଦେଖାଇଥିଲେ । ସେଠାରେ ମଧ୍ୟ ସମାନ ଉତର ପାଇବା ପରେ ପୁଅକୁ ନେଇ ନିଜ ଘର କପ୍ତିପଦା ଥାନା ଅଧିନସ୍ଥ ଜାମବଣୀ ଗ୍ରାମକୁ ଯାଇ ସେଠାରେ ପୁଅର ଅନ୍ତିମ ସଂସ୍କାର କରିଥିଲେ । ଏବଂ ପୁଅକୁ ମାଟି ଖୋଳି ପୋତି ଦେଇଥିଲେ । ହେଲେ ଉଦଳା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ବେଳେ ନାବାଳକରଶବ ବ୍ୟବଚ୍ଛେଦ କରାଇଥାଆନ୍ତା ପୋଲିସ୍ । ହେଲେ ବାପାମାଆ ବିନା ବ୍ୟବଚ୍ଛେଦର ପୁଅର ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିବା ବେଳେ, ଉଦଳା ପୋଲିସ୍ ଜାମବଣୀ ଗ୍ରାମରେ ପହଂଚି କପ୍ତିପଦା ପୋଲିସ୍ ସହାୟତାରେ ମାଟି ତଳେ ପୋତା ଯାଇଥିବା ନାବାଳକର ମୃତଦେହକୁ ଉଦ୍ଧାର କରିବା ସହ ଉଦଳା ମେଡିକାଲ ରେ ବ୍ୟବଚ୍ଛେଦ କରାଇବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୁଅର ବ୍ୟବଚ୍ଛେଦ କରାଇବାକୁ ବାପାମାଆ ରାଜି ନ ହେବା ସହିତ ସେମାନେ ପୁଅର ବ୍ୟବଚ୍ଛେଦ ହେବା ସହିପାରିବେ ନାହିଁ ବୋଲି ବିନା ବ୍ୟବଚ୍ଛେଦରେ ମୃତଦେହ ନେଇ ଯାଇଥିଲେ ବୋଲି କହିଥିଲେ,। ହେଲେ ଆଇନ ଆଗରେ ହାରିଗଲା ମମତା । ପୋଲିସ୍ ଜାମବଣି ଗ୍ରାମରେ ପହଂଚି ମୃତଦେହକୁ ମାଟିତଳୁ ଉଦ୍ଧାର କରି ଉଦଳା ମେଡିକାଲରେ ବ୍ୟବଚ୍ଛେଦ କରାଇ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଛି l ଏହି ଘଟଣା ଏବେ ସାଧାରଣ ରେ ଆଲଚନା ର ବିଷୟ ପାଲଟି ଛି ବାସ୍ତବରେ ଭୁଲ୍ କୋଉଠି ସମସ୍ତେ ଜାଣନ୍ତି......ଦେଖାଯାଉ ପୋଲିସ୍ ର ତଦନ୍ତ କଣ କହୁଛି । ................ଅସୁରକ୍ଷିତ ଏବଂ ସୁରକ୍ଷା ବିହୀନ, ଅପାରଗତା ବ୍ୟବସ୍ଥା ରେ ଗଢ଼ା ଯାଇଥିବା ସୁଇମିଙ୍ଗ ପୋଲ ପାଇଁ ବଳି ପଡ଼ିଗଲା ଏକ ନିରୀହ ଶିଶୁ, ପ୍ରଶାସନ ଆଗରେ ଯଦି ମୃତ ଶିଶୁ ର ପିତା ମାତା ଙ୍କ ବେଦନାକୁ ଏବଂ ମାଆ ମମତା ମମତା ଫେଲ ମରିଗଲା, ଠିକ ସେହିପରି ଘଟଣା ଘଟି ଥିବା ସୁଇମିଙ୍ଗ ପୋଲ କତୃପକ୍ଷ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର, ହୋଟେଲର ପରିସର ସ୍ଥିତିକୁ ତଦନ୍ତ ପରିସରକୁ ନେଇ, ପ୍ରଶାସନ ତରଫରୁ ଉକ୍ତ ହୋଟେଲ କତୃପକ୍ଷ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଆଗାମୀ ଦିନରେ ଯେପରି ଅଞ୍ଚଳରେ କୌଣସି ନିରୀହ ଶିଶୁ ର ଜୀବନ ନ ଯାଉ ସେଥିପ୍ରତି ସଚେତନ କରି ସୂଚନା ପ୍ରଦାନ କରାଯାଉ l ଯଦି ସେହି ସ୍ଥାନରେ ସିକୃଟି ଗାର୍ଡ ର ବ୍ୟବସ୍ଥା ହୋଇଥାନ୍ତା ଏବଂ ଛୋଟିଆ ପିଲାମାନଙ୍କ ପାଇଁ ନିଷିଦ୍ଧାଞ୍ଚଳ ର ଫଳକ ଲଗାଯାଇ ଥାନ୍ତା ତେବେ ଏହି ସମସ୍ୟା ଟି କେବେ ହୋଇ ନଥାନ୍ତା l ଆଗକୁ ଦେଖିବାକୁ ବାକି ରହିଲା ଦୁଃଖ ସମତ୍ତପ୍ତ ପରିବାର କୁ କି ପ୍ରକାର ନ୍ୟାୟ ମିଳିବ ?