ପୁରା ଖବର ବିଷୟରେ



ବାସୁଦେବପୁର ବଜାରରୁ ବେଆଇନ ଗୁଟୂକା ଜବତ

Jun 22 2022 12:52PM
(ବାସୁଦେବପୁରରୁ ଶ୍ରୀକାନ୍ତ ମହାପାତ୍ର କଂ ରିପୋର୍ଟ) ବାସୁଦେବପୁର ପୌରପାଳିକା ବଜାରରୁ ଅବକାରୀ ବିଭାଗ, ପୋଲିସ, ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷ୍ୟା ଵିଭାଗଙ୍କ ମିଳିତ ଚଢ଼ାଉରେ ସମସ୍ତ ଗୁଟୂକା ହୋଲସେଲ ଦୋକାନମାନଙ୍କରୁ ବେଆଇନି ଗୁଟୂକା ଗୁଡିକୁ ଜବତ କରାଯାଇଛି I ଜବତ ହୋଇଥିବା ସମସ୍ତ ଗୁଟୂକାକୁ ପୋଲିସଙ୍କ ଉପସ୍ଥିତିରେ ଥାନାରେ ନିଆଁ ଲଗାଇ ପୋଡିଦିଆଯାଇଛି I ଏହି ଗୁଟୂକା ନିଷିଦ୍ଧ ଅଭିଯାନ ରେ ବ୍ୟବସାୟୀ ମାନଙ୍କୁ ଫାଇନ କରିବା ସହ ଗୁଟୂକା ଜବଦ କରାଯାଇଛି I ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିକଟରୁ 200 ମିଟର ଦୂରତାରେ କୌଣସି ଟବାକୋ ଦୋକାନ ମାନଙ୍କରେ ଗୁଟୂକା ବିକ୍ରି ହୋଇପାରିବ ନାହିଁ I ଏହାଦ୍ୱାରା ବିଦ୍ୟାଳୟ ରେ ପଢୁଥିବା 18 ବର୍ଷରୁ କମ ଛାତ୍ରଛାତ୍ରୀ ଗୁଟୂକା ନେଇ ଖାଇବାର ଦେଖାଯାଉଛି I ଏଣୁ କମ ବୟସର ଛାତ୍ରଛାତ୍ରୀ ମାନଙ୍କୁ ଏହି କୂ ଅଭ୍ୟାସରୁ ନିବୃତ ରଖିବା ପାଇଁ ଏହା ଏକ ପ୍ରାଥମିକ ପ୍ରୟାସ ମାତ୍ର I ଯଦି ବ୍ୟବସାୟୀ ମାନେ ସଚେତନ ନହେବେ ତାହାଲେ ଏହା ବିରୁଦ୍ଧରେ ଆଗାମୀ ଦିନମାନଙ୍କରେଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଵିଭାଗ ତରଫରୁ ସୂଚନା ଦିଆଯାଇଛି I ଆଗକୁ ଦେଖିବାର ଅଛି ଏହାକୁ ନେଇ ଅବକାରୀ ଵିଭାଗ କେତେ ତତ୍ପର ହେଉଛନ୍ତି କି ଏତିକିରେ ସମସ୍ତ କାର୍ଯ୍ୟ ଅଧାରୁ ରହିଯାଉଛିI