Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଆରପଟା ଓ ଧାଉଁଡିଆ ଜଙ୍ଗଲ ରେ ଦନ୍ତା ହାତୀ ପଲ କୁ ଘୋଉଡ଼ାଇବାରେ ନାକେଦମ ହେଲା ବନ ବିଭାଗ
Jun 22 2022 12:47PM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ଉପଖଣ୍ଡ ରେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରଵ ଦେଖିବାକୁ ମିଳୁ ଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ହାତୀ ପଲ ଗାଁ ଗଣ୍ଡାରେ ପଶି ଧନଜୀବନ ନଷ୍ଟ କରବା ସହିତ ମଣିଷକୁ ଦଳି ଚଗଟି ଜୀବନରୁ ମାରିଦେଇ ହିଂସୃକ ହୋଇଛନ୍ତି ହାତୀ, ପୋତାଯାଇଥିବା ଶବକୁ ଗାତରୁ କାଢି ପୁଣି ଦଳିଚକଟି ଥିବା ଘଟଣା ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି, ଏବେ ପୁଣି କପ୍ତିପଦା ଉପଖଣ୍ଡର ଧାଉଁଡିଆ ଗ୍ରାମ୍ୟ ଜଙ୍ଗଲରେ ଦନ୍ତାହାତୀ କରୁଛନ୍ତି ଉତ୍ପାତ ।ସୋମବାର ବିଳମ୍ବିତ ରାତିରେ ଗୁଠଛଡା ଦନ୍ତାହାତୀ ବେତନଟୀ ଅଞ୍ଚଳ ଛାଡି ଉଦଳା ବନ ବିଭାଗ ଅଧିନସ୍ଥ ଧାଉଁଡିଆ ଗ୍ରାମ୍ୟ ଜଙ୍ଗଲରେ ପ୍ରବେଶ କରିବା ସହିତ ଗ୍ରାମରେ ପସି ଲୋକଙ୍କ କ୍ଷେତବାଡି ନଷ୍ଟ କରିବା ସହିତ ଧାନ ଖାଉଥିବା ସୂଚନା ହସ୍ତଗତ ହୋଇଛି,। ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ ଉଠାଣ ବିଳମ୍ବ ହେଉଥିବାରୁ ଅନେକ ଚାଷୀ ନିଜ ବାରଣ୍ଡାରେ ଧାନ କାଣ୍ଡି କରିଥିବାବେଳେ ହାତୀକୁ ନେଇ ଏବେ ଚିନ୍ତାରେ ଚାଷୀ । ହାତୀକୁ ଘୋଉଡାଇବାକୁ ଉଦଳା ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ, ହାତୀ ଟି ଆରପଟା ଜଙ୍ଗଲ ରେ ଦିନରେ ପ୍ରବେଶ କରି ବିଳମ୍ବିତ ରାତ୍ରି ପର୍ଯନ୍ତ ଥିବା ବେଳେ ବନ ବିଭାଗର ସୂଚନା ମୁତାବକ ହାତୀ ଟି ଗୁଠ ଛଡା ହୋଇ ଥିବା ବେଳେ ଖାଦ୍ୟ ଅନେଶ୍ୱଣ ରେ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିବା ଆରମ୍ଭ କରିଥିଲା, ବିଳମ୍ବିତ ରାତ୍ରିରେ ମଧ୍ୟ ହାତୀ ଘୋଉଡାଇବା କାର୍ଯ୍ୟରେ ଉଦଳା ବନ ବିଭାଗ ଲାଗିଥିବା ସୂଚନା ମିଳିଥିବା ବେଳେ ଆରପଟା ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ବାଡ଼ିରେ ହାତିଟି ଥିବାର ସୂଚନା ମିଳିଛି l