ପୁରା ଖବର ବିଷୟରେ



ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଗୁଡ଼ାରୀର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ

Jun 22 2022 5:27AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜି ବିଶ୍ୱ ଯୋଗ ଦିବସ । ଯୋଗ ସାଧନା ଦ୍ବାରା ଅନେକ ମହାପୁରୁଷ, ଯୋଗୀ ରୁଷି ମୁନି ଶହ ଶହ ବର୍ଷ ସୁସ୍ଥ ଜୀବନ ଯାପନ କରିଥିଲେ ।ଯୋଗ କଲେ ଶରୀର ସୁସ୍ଥ ଓ ସତେଜ ରହେ । ଏହା ବିଶ୍ୱ ପ୍ରମାଣିତ । ଯାହା ଫଳରେ ଆଜି ସାରା ବିଶ୍ୱରେ ଯୋଗ ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ାରୀରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ାରୀ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ରାଧାକାନ୍ତ ଗୁରୁଙ୍କ ପରିଚାଳନା କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ାରୀର ଖେଳ ଶିକ୍ଷକ ଶ୍ରୀ ତୁଷାର କାନ୍ତ ନାୟକ, ସହକାରୀ ଶିକ୍ଷକ ଶ୍ରୀ କିରଣୋଦୟ ନନ୍ଦ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପସ୍ଥିତରେ ଯୋଗ ଶିକ୍ଷା କରାଯାଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଓ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗ ଦିବସ ପାଳନ ହୋଇଯାଇଥିଲା। ।