ପୁରା ଖବର ବିଷୟରେ



ମହାସମାରୋହରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

Jun 21 2022 9:40PM
(ମାଲକାନଗିରିରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ଡିଗ୍ରୀ ସ୍ମାରକୀ ମହାବିଦ୍ୟାଳୟ ପରିସରରେ ଅଷ୍ଟ ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପତଞଳି ଯୋଗ ସମିତି,୧୫୧ ବିଏସଏଫ ବାଟାଲିୟନ, ଡାରଉଇନ ଡିଗ୍ରୀ ମହାବିଦ୍ୟାଳୟ ଓ ନେହେରୁ ଯୂବକେନ୍ଦ୍ର କୁଡୁମୁଲୁଗୁମ୍ମା ର ମିଳିତ ସହଯୋଗରେ ଉକ୍ତ ଯୋଗ ଶିବିରକୁ ମିଳିତ ଭାବେ ଆୟୋଜିତ କରାଯାଇଥିଲା । ବିଏସଏଫ ୧୫୧ କୋର ବାଟାଲିୟନ କମାଣ୍ଡାଣ୍ଟ ଅଜୟ କୁମାର°କ ପରୋକ୍ଷ ତତ୍ୱ।ବଧାନରେ ଆଜିର ଏହି ଯୋଗ ଶିବିରରେ, ମୁଖ୍ୟ ଅତିଥି ଭାବେ ବିଏସଏଫ ୧୫୧ ବାଟାଲିୟନ କୁଡୁମୁଲୁଗୁମ୍ମାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀରଜ ଶର୍ମା ଜଗନ୍ନାଥ ଠାକୁରଙ୍କ ତୈଳଚିତ୍ରରେ ପୁଷ୍ପ ଓ ଧୂପ ଦେଇ ଶିବିରର ଶୁଭାରମ୍ଭ କରିଥିଲା ବେଳେ,ସବ ଇନ୍ସପେକ୍ଟର ଭିପିନ୍ କୁମାର, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସତ୍ୟାପା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସନ୍ତୋଷ କୁମାର ଷଢ°ଗୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ,ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ପତଞଳି ଯୋଗ ଶିକ୍ଷକ ଭଗବାନ ସାହୁ,ବିଏସଏଫ ତରଫରୁ ଯୋଗ ଶିକ୍ଷକ କନ୍ସେବଲ ପ୍ରେମ ସି",ପୁର୍ବତନ ସରପଞ୍ଚ ଗୋପୀ ପା°ଗୀ, NYK ର ସ°ଯୋଜକ ପଦ୍ମନାଭ ଭୂମୀଆ,ହେଡ କନ୍ସେବଲ ସରୋଜ କୁମାର ରଥ, ମହାବିଦ୍ୟାଳୟ ର PET ଶିକ୍ଷକ ଶ୍ୟାମ ସୁନ୍ଦର ଦେଓ ଓ ସତ୍ୟାନନ୍ଦ ସୋରେନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଜୱ।ନ ମାନଙ୍କୁ ଯୋଗ ସାଧନାର ମହାନୀୟତା ବିଷୟରେ ବୁଝାଇଥିଲେ । ଏହାପରେ ଯୋଗ ଶିକ୍ଷକ ଦ୍ୱୟ ପ୍ରଥମେ ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ, ଆସନ ଓ ପ୍ରାଣାୟମ ସବୁ ନିଜେ କରି ଦେଖାଇବା ସହ ଅନ୍ୟମାନେ କିପରି ନିର୍ଭୁଲ ଭାବରେ କରିପାରିବେ ତାହାର ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରିଛନ୍ତି । ଏହି ଶିବିରରେ ସର୍ବମୋଟ ୧୦୧ ଜଣ ଯୋଗର ପ୍ରଶିକ୍ଷଣ ଗ୍ରହଣ କରିଥିଲେ, ତାମଧ୍ୟରୁ ୩୪ ଜଣ ବିଏସଏଫ ଜୱ।ନ ହୋଇଥିଲା ବେଳେ ଅନ୍ୟ ୬୭ ଜଣ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଅଟନ୍ତି । ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଅଗ୍ନୀପଥ ଯୋଜନାରେ ସମସ୍ତ ଛାତ୍ର ଛାତ୍ରୀ ଭାଗ ନେବାସହ ଦେଶର ସୁରକ୍ଷାରେ ନିଜକୁ ସାମିଲ କରି ଦେଶମାତୃକାର ସେବା କରିବା ପାଇଁ ଆଶିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ଶର୍ମା ସମସ୍ତ ଛାତ୍ର ଛାତ୍ରୀ°କୁ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ହାସ୍ୟାସନ କରାଯାଇଥିଲା ଯେଉଁଥିରେ ସମସ୍ତେ ମନଭରି ହସିଥିଲେ ଓ ଶେଷରେ ବିଏସଏଫ ଦ୍ୱାରା ପ୍ରସ୍ତୁତ ଗଜାବୁଟ ସମସ୍ତଙ୍କୁ ଜଳପାନ ରେ ପରସା ଯାଇଥିଲା ।