ପୁରା ଖବର ବିଷୟରେ



ଅନ୍ତର୍ଜାତୀୟ ଯୋଗ ଦିବସ ।

Jun 21 2022 9:38PM
(ମାଲକାନଗିରିରୁ ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ସାରା ବିଶ୍ୱ ଆଜି ଯୋଗ କରୁଛି । ବିଶ୍ବର ୧୭୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।ଏହି ଅବସରରେ ଆଜି ଏମ ଭି ୭୯ର ଡ଼ ଶ୍ୟାମା ପ୍ରସାଦ କନିଷ୍ଠ ମହାବିଦ୍ୟାଳୟ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶ୍ୱ ଯୋଗ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି।ମହାବିଦ୍ୟାଳୟ ର ଏନ ଏସ ଏସ ତରଫରୁ ଅନୁଷ୍ଠିତ ହୋଇଥିବା କାର୍ମଶାଳା ରେ ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ପାଢୀ ଅଧକ୍ଷତା କରିଥିଲେ।ଶ୍ରୀ ମହାକୁଡ଼ ଛାତ୍ର ଛାତ୍ରୀ ଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଶେଷରେ ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଶିଶୁ ମନ୍ଦିରରେ ହୋଇଥିବା ବିଶ୍ୱ ଯୋଗ ଦିବସରେ ପ୍ରଧାନ ଶିକ୍ଷକ ରଜନୀକାନ୍ତ ନାୟକ ଅଧ୍ୟକ୍ଷତାରେ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ବିଶ୍ୱାସ ପିଲାଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ।ରବି ଶଙ୍କର ବାରିକ, ଦେବାଶିଷ ରାୟ, ରଞ୍ଜନ କୁମାର ରଥ, ଜ୍ୟୋତି ମଣ୍ଡଳ, ପଦ୍ମିନୀ ନାୟକ, ଅପର୍ଣ୍ଣା ମଣ୍ଡଳ, ତପତି ଢାଳି, ଶିଳ୍ପା ଆଇଚ, ମରିନାଲ ଡାକୁଆ, ସସ୍ମିତା ରାୟ ପ୍ରମୁଖ ଯୋଗ ଦେଇ ଯୋଗର ମାହାତ୍ମ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ।