ପୁରା ଖବର ବିଷୟରେ



ବ୍ଳକ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଟେବୁଲ୍ ଟପ ବୈଠକ ଅନୁଷ୍ଠିତ

Jun 19 2022 3:43PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଓ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ଦ୍ୱାରା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଳକ କାର୍ଯ୍ୟାଳୟ ସଦ୍ଭାବନା କକ୍ଷରେ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଓ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବରଙ୍କ ସଭାପତିତ୍ବରେ ଶାସକ ଓ ପ୍ରଶାସନ ଅଧିକାରୀ ମାନଙ୍କୁ ନେଇ ବ୍ଳକ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଟେବୁଲ୍ ଟପ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ଶ୍ରୀମତି ଭାରତୀ ଦେବୀ, ଡାକ୍ତର ଶ୍ରୀ ଅରୁପାନନ୍ଦ ବେହେରା, ସମିତି ଅଧ୍ୟକ୍ଷା ଶ୍ରୀ ବିଶ୍ଵନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ସିଡିପିଓ ପୁଷ୍ପାଞ୍ଜଳି ପଟ୍ଟନାୟକ, ଓଡ଼ିଶା ଅଗ୍ନିଶମ ବିଭାଗ ଏଫଏଲଏମ ଶ୍ରୀ ନାରାୟଣ କାର୍ଜୀ ଓ କର୍ମଚାରୀ, ବିଦ୍ୟୁତ୍ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀ ଧନ ବିଭାଗ,ଜଳ ସେଚନ ବିଭାଗ, ଆର.ଡବ୍ଳ୍ୟୁ.ଏସ.ଏସ.ବିଭାଗ,୯ ଗୋଟି ପଞ୍ଚାୟତର ସରପଞ୍ଚ,ପିଇଓ, ସମେତ ଯୋଗଦେଇ ନିଜ ନିଜ କ୍ଷେତ୍ରରେ ଦକ୍ଷତା ଉପରେ ଆଲୋକପାତ କରିଥିବା ବେଳେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ପରିଚାଳନା ଓ ରକ୍ଷଣାବେକ୍ଷଣ କିପରି କରାଯିବ ଦକ୍ଷତା ପ୍ରଦର୍ଶନ କରିଥିଲେ ।