ପୁରା ଖବର ବିଷୟରେ



ଖୁଣ୍ଟା ଅଞ୍ଚଳରୁ ମୋବlଇଲ ଚୋରୀରେ 80 ଟି ମୋବାଇଲ ହେଲା ଜବଦ ,ତିନି ଅଭିଯୁକ୍ତ ହେଲେ ଗିରଫ

Jun 19 2022 5:43AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ଉପଖଣ୍ଡରେ ଚୋରୀ, ଛିନ୍ତାଇ, ଡକାୟତୀ,ଇତ୍ୟାଦି ଦିନକକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଖୁଣ୍ଟା ପୋଲିସ କୁ ମିଳିଛି ବଡ ସଫଳତା l କପ୍ତିପଦା ଉପଖଣ୍ଡ ରେ କିଛିଦିନ ବ୍ୟବଧାନରେ ଅଞ୍ଚଳରୁ ବିଭୀନ୍ନ ସ୍ଥାନରୁ ଚୋରୀ ହୋଇଥିବା 32ଟି ବାଇକ ସହିତ ଚୋରୀ ରେ ସମ୍ପୃକ୍ତିଥିବା ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖୁଣ୍ଟା ପୋଲିସ, ପୁଣି ଆକ୍ସନ ମୋଡରେ ଖୁଣ୍ଟା ଥାନା ର ଭାରlପ୍ରାପ୍ତ ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ ନିଜର କାର୍ଯ୍ୟ ରତ ଷ୍ଟାଫ ଙ୍କ ସହିତ ଶୁକ୍ରବାର ରାତ୍ର ସମୟ ରେ ଏକ ମୋବାଇଲ ଚୋର ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇ ସେମାନଙ୍କୁ କାବୁକରିବା ସହିତ ସେମାନଙ୍କ ନିକଟରୁ 80 ଗୋଟି ମୋବାଇଲ ଜବଦ କରିବା ସହିତ ତିନି ଜଣକୁ ଗିରଫ କରି ତଦନ୍ତକରି 154/2022ରେ UP 457/380 ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ନେଇ ସୂଚନା ପ୍ରଦାନ କରି ଛନ୍ତି l ଏହିପରି କାର୍ଯ୍ୟ ପାଇଁ ଖୁଣ୍ଟା ପୋଲିସ କୁ ଅଞ୍ଚଳରେ ବହୁତ ପ୍ରସଂସା କରିଛନ୍ତି ।