ପୁରା ଖବର ବିଷୟରେ



ବାଘାଯତୀନ ସଙ୍ଗଠନର ସଭାପତି ତଥା ଜଣେ ବିଶିଷ୍ଟ ସମାଜ ସେଵୀ ନିଜର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ

Jun 19 2022 5:38AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ଜନ ସେବା କୁ ମହାନ ବ୍ରତ ବୋଲି ଭାବି ନିଜର କର୍ମ ମୟ ଜୀବନ ଭିତରେ ବି ଅସହାୟ ବେସାହାରା ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଃସ୍ଵାର୍ଥପର ଭାବରେ ଆଗେଇ ଆସୁଛନ୍ତି ଆଜିର ଯୁବପିଢି। ନିଜେ ବଞ୍ଚିବା ସହିତ ଅସହାୟ, ବେସାହାରା ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ,ଏହି ଭାବନା ନେଇ ଆଜି ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ବାଘା ଯତୀନ ସଙ୍ଗଠନ ର ସଭାପତି ଗଣେଶ ଜେନା ଭିନ୍ନ ପ୍ରୟାସ ରେ ତାଙ୍କର ଜନ୍ମ ଦିନ ପାଳନ କରିଛନ୍ତି। ହଁ ଦର୍ଶକ ବନ୍ଧୁ।ଯିଏ ସଦା ସର୍ବଦା ଅନ୍ୟ ମୁହଁରେ ହସ ଫୁଟାଇବା ପାଇଁ ନିଆରା ଚିନ୍ତାଧାରା ରେ ପ୍ରୟାସ କରନ୍ତି ଯେଉଁଟା କି ଏ ସମାଜ ପାଇଁ ଏକ ଉଦାହରଣ । ରକ୍ତ ଅଭାବରୁ କାହାରି ଯେମିତି ମୃତ୍ୟୁ ନ ହେଉ ଏହି ଭାବନା ନେଇ ଆଜି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଥିବା ଥାଲାସେମିଆ ରୋଗରେ ଆକ୍ରାନ୍ତ ଥିବା ଜଣେ ନିଷ୍ପାପ ଶିଶୁ ଙ୍କୁ ଆଜି ତାଙ୍କର ଜନ୍ମ ଦିନ ଅବସରରେ ରକ୍ତ ଦାନ କରି ପୁଣ୍ୟ କାର୍ଯ୍ୟ କରିବା ସହିତ ଅସହାୟ,ବେସାହାରା ଅନାଥ ପିଲା ମାନଙ୍କ ମୁହଁରେ ମଧ୍ୟ ହସ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି। କହିବାକୁ ଗଲେ, ଅନେକ ଅଛନ୍ତି ରକ୍ତ ଅଭାବରୁ ହନ୍ତସନ୍ତ ହେଉଛନ୍ତି, ନିଜ ସମ୍ପର୍କୀୟ କୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥାନ୍ତି । ଯଦି ରକ୍ତ ମିଳି ଯାଆନ୍ତା ତାଙ୍କ ସମ୍ପର୍କୀୟ ବଞ୍ଚିଯାଆନ୍ତା, ଏହି ପରିସ୍ଥିତିରେ ସେ ଅଣ୍ଟା ଭିଡିଛନ୍ତି ରକ୍ତ ଦାନ କରି ଜୀବନ ବଞ୍ଚାଇବା ପାଇଁ। ଏବଂ ତାଙ୍କ ଜନ୍ମ ଦିନ ଅବସରରେ କିଛି କୁନି, କୁନି ଅସହାୟ,ବେସାହାରା ପିଲାମାନଙ୍କ ସାଙ୍ଗରେ ନିଜର ଜନ୍ମ ଦିନ ପାଳନ କରି ବେଶ୍ ଖୁସି ପ୍ରକାଶ କରିଛନ୍ତି। ତେଣୁ ଆଜି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଜନ୍ମ ଦିନ ର କେକ ମଧ୍ୟ କାଟି ସେମାନଙ୍କ ମୁହଁ ରେ ହସ ଫୁଟାଇ ଛନ୍ତି ।ଏହି ମହାନ ଚିନ୍ତାଧାରା ର କାର୍ଯ୍ୟ ରେ ବାଘା ଯତୀନ ସଙ୍ଗଠନ ର ସଦସ୍ୟ, ସଦସ୍ୟା ମାନେ ମଧ୍ୟ ସହଯୋଗ କରି ତାଙ୍କ ସଙ୍ଗଠନ କାର୍ଯ୍ୟାଳୟ ରେ ମଧ୍ୟ ଜନ୍ମ ଦିନ ପାଳନ କରିଥିଲେ ଏବଂ ସଙ୍ଗଠନ ର ସଭାପତି ଗଣେଶ ଜେନା ଙ୍କୁ ଭଲପାଉଥିବା ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କର ଜନ୍ମ ଦିନ ବେଶ ନିଆରା ଢଙ୍ଗରେ ପାଳନ କରିଥିଲେ।ଅନ୍ୟର ଖୁସି ପାଇଁ ବଞ୍ଚୁଥିବା ଗଣେଶ ଜେନା ଏକ ନିଆରା ମଣିଷ।ଏଭଳି ଏକ ବ୍ୟକ୍ତି ବିଶେଷ ଯେ କି ନିଜ ଜୀବନ କୁ ସମାଜ ପାଇଁ ଉତ୍ସର୍ଗ କରି ଅସହାୟ ବେସାହାରା ମାନଙ୍କ ର ମସିହା ହୋଇ ପାରିଛନ୍ତି। ଏହି ମହାନ ଚିନ୍ତାଧାରା ର କାର୍ଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି।