ପୁରା ଖବର ବିଷୟରେ



ଅଭ୍ୟାସ ଟେକ୍ନ ସ୍କୁଲ ପଦ୍ମପୁର ରେ ଶିକ୍ଷକ ଙ୍କ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଅନୁଷ୍ଠିତ

Jun 18 2022 8:47AM
(ରାୟଗଡାରୁ ଜିଲ୍ଲା ପ୍ରତିନିଧି ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ ଜିଲ୍ଲା ଅଭ୍ୟାସ ଟେକ୍ନୋ ସ୍କୁଲ ରେ ତା ୧୪,୧୫ ଓ ୧୬/୬/୨୦୨୨ରିଖ ତିନି ଦିନ ଧରି ଶିକ୍ଷକ ମାନଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ତାଲିମ୍ ଶିବିର ରେ ଜଣେ ଶିକ୍ଷକ ର ଦାଇତ୍ୱ କର୍ତ୍ତବ୍ୟ ଓ ଉନ୍ନତ ଧରଣର ଶିକ୍ଷା ,ଶ୍ରେଣିଗ୍ରୁହ କିଭଳି ପ୍ରଭାବଶାଳୀ ହେବ, ଭାଷାଗତ ଶିକ୍ଷା, ଗାଣିତିକ ଅର୍ଥପୂର୍ଣ୍ଣ ଚିହ୍ନିତ କରିବା, ନିର୍ମାଣ ଶିକ୍ଷା ପାଇଁ ମୂଲ୍ୟାଙ୍କନ ଅଭ୍ୟାସ କରିବା, ଶିକ୍ଷାର୍ଥୀ ଭାବରେ ଶିକ୍ଷକର ପରିଚୟ ଓ ଅନ୍ତ ବିଭାଗୀୟ ଶିକ୍ଷାଦାନ ଇତ୍ୟାଦି ର ପ୍ରଶିକ୍ଷକ ପାଇଁ ତାଲିମ ଦିଆଯାଇଛି। ଏଥିରେ ଶିକ୍ଷାବିତ ଶ୍ରି ରମେଶ ଚନ୍ଦ୍ର ସାହୁ ପର୍ଯ୍ୟବେକ୍ଷଣ ଭାବେ ରହି ଶିକ୍ଷକ ମାନଙ୍କୁ ତାଲିମ୍ ଦେଇଥିଲେ। ଏଥିରେ ଅଭ୍ୟାସ ଟେକ୍ନୋ ସ୍କୁଲ ର ପ୍ରିନ୍ସିପାଲ୍ ମିସ୍ ରିୟା ପଟ୍ଟନାୟକ ତାଲିମ ଆୟୋଜନ କରିଥିବାବେଳେ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ତାଲିମ୍ ଶିବିର ରେ ସାତ ଜଣ ଶିକ୍ଷକ ଓ ଏଗାର ଜଣ ଶିକ୍ଷୟିତ୍ରୀ ତାଲିମ୍ ପାଇଥିବା ସୁଚନା ଦେଇଛନ୍ତି।