ପୁରା ଖବର ବିଷୟରେ



ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଶୁଭ ଅବସରରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ବୀନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

Jun 18 2022 6:12AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ଗଲଓ୍ବାନ ଦିବସ ୧୫/୬/୨୦୨୦ ଅରୁଣାଚଳ ପ୍ରଦେଶର ସିମାନ୍ତ ଲଦାଖ ଅଂଚଳରେ ଗଲଓ୍ବାନ ଘାଟି ସିମାରେ ଚାଇନା ସେନାଙ୍କ ଅତିକ୍ରମ ଦେଖି ଭାରତୀୟ ସେନା ରାତି ୮ଟାରୁ ରାତି ତମାମ ଘମାଘୋଟ ଲଢେଇ କରି ଚାଇନା ସେନାଙ୍କୁ ପ୍ରତିହତ କରିଥିଲେ ।ଏହି ଐତିହାସିକ ଲଢେଇରେ ଭାରତର ୨୦ ଜଣ ସୈନିକ ଟଳି ପଡ଼ିଥିଲେ ।ଗଲଓ୍ବlନ ଉପତ୍ୟକା ରେ ସେହି ନଦୀ ରକ୍ତରଂଜିତ ହୋଇଥିଲା । ଅଷ୍ଟ୍ରେଲିଆ ଏକ ସାମ୍ବାଦିକ ପତ୍ରିକାରେ ପ୍ରକାଶ ପାଇଥିଲା ଚାଇନାରେ ୩୫ ଜଣ ସୈନିକ ମୃତ ହୋଇଥିଲେ ।ହେଲେ ଭାରତ ସରକାର ୨୦ ଜଣଙ୍କୁ ଶହୀଦ ମାନ୍ୟତା ଦେଇଥିବାବେଳେ ଚାଇନା ସରକାର୩/୪ ଜଣଙ୍କୁ ଶହୀଦ ମାନ୍ୟତା ଦେଇଥିଲା ।ସେହି୨୦ ଜଣ ଶହୀଦଙ୍କ ବଳିଦାନ ଯୋଗୁଁ ଆଜି ଅରୁଣାଚଳ ପ୍ରଦେଶ ସୁରକ୍ଷିତ ନହେଲେ ଆଜି ୟୂକ୍ରେନ ଓ ଋଷି ଭଳି ପରିସ୍ଥିତି ହୋଇଥାନ୍ତା ‌ଅରୁଣାଚଳ ପ୍ରଦେଶରେ ଚାଇନା ରାଜ କରିଥାନ୍ତା । ଘମାଘୋଟ ଲଢେଇ ହୋଇଥିଲା ।ଭାରତର ୧୮ ସୈନିକ ମଧ୍ୟରୁ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଚମ୍ପାଉଦା ଗ୍ରାମର ନାଏବ୍ ସୁବେଦାର ନୁଦୂରାମ ସୋରେନଙ୍କର ମୃତ୍ୟୁ ହୋଇଥିଲା ।ଆଜି ତାଙ୍କର ଦିତୀୟ ଶ୍ରାଦ୍ଧବାର୍ଷିକୀ ଦିବସ ।ସେହି ବୀର ସନ୍ତାନଙ୍କୁ ତାଙ୍କର ଅଦମ୍ଯ ସାହସ ପାଇଁ ଭାରତର ସରକାର ଵୀରଚକ୍ର ଉପାଧି ପ୍ରଦାନ କରିଥିଲେ ।ସେହି ମହାନ ସୈନିକଙ୍କ ସ୍ମରଣାର୍ଥେ ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଅନୁଷ୍ଠିତ ହୋଇଥିଲା ।ସେହି ଟ୍ରଷ୍ଟ ଆନୁକୂଲ୍ୟରେ ରାଇରଙ୍ଗପୁର ସହରର ଗୋରୁମହିଷାଣୀ ଛକ ଟାକ୍ସି ଷ୍ଟାଣ୍ଡରେ ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୂରାମ ସୋରେନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଶହୀଦଙ୍କ ସମାଧୀପୀଠରୁ ଏକ ଶହୀଦ ଅମର ଜ୍ୟୋତି ବାହାରି ଟାକ୍ସି ଷ୍ଟାଣ୍ଡ ଦେଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲା ।ପରେ ଶହୀଦଙ୍କ ଅନାବରଣ ଉତ୍ସବର ରାଜ୍ୟ ସରକାରଙ୍କ ପର୍ଯ୍ୟଟନ,ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର,ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ,ମୋରଡ଼ା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ୧୬ ବିହାର ରେଜିମେଣ୍ଟ କେପଟେନ‌ ଡିସି ପ୍ରଧାନ,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଶହୀଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ, ନୁଦୂରାମ ଟ୍ରଷ୍ଟି ସଦସ୍ୟ ମନୋରଞ୍ଜନ ହାଁସଦାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ନୁଦୂରାମଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଶହୀଦ ନୁଦୂରାମ ସୋରେନ ଅମର ରହେ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ରାଇରଙ୍ଗପୁର ସହର । ପରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଗଣ କହିଥିଲେ ରାଇରଙ୍ଗପୁର ମାଟି ସୁଯୋଗ୍ୟ ସନ୍ତାନ ନୁଦୂରାମ ସୋରେନଙ୍କୁ ଜନ୍ମ ଦେଇଛି ଯାହାକୁ ନେଇ ସାରା ଦେଶ ଓ ଆମ ଅଂଚଳ ଗର୍ବ କରୁଛି ।ସେହି ଵୀରପୁତ୍ର ଆମର ଗର୍ବ ଓ ଗୌରବ । ଶହୀଦଙ୍କ ବଳିଦାନ କେବେ ବୃଥା ଯିବନି ।ପରେ ସମସ୍ତେ ଶହୀଦଙ୍କୁ ନେଇ ସମସ୍ତେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅତିଥି ଗଣ ବକ୍ତବ୍ୟ ରଖିଥିଲେ । ଏଥିରେ ବହୁ ଦେଶପ୍ରେମୀ ଯୋଗଦେଇଥିଲେ ।