ପୁରା ଖବର ବିଷୟରେ



କୃଷକ ଓଡ଼ିଶା ଡାଟା ବେସ ଓ ଗୋ-ସୁଗମ ପୋର୍ଟାଲ ବଳରାମ ଯୋଜନାରେ ଇ-କେଓ୍ବାଇସି ସଚେତନତା କାର୍ଯ୍ୟକ୍ରମ ।

Jun 18 2022 6:05AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଗୁଡ଼ାରୀ ସଦ୍ଭାବନା କକ୍ଷରେ ରାମନାଗୁଡା ସର୍କଲ ଗୁଡ଼ାରୀ ସହକାରୀ କୃଷି ଯନ୍ତ୍ରୀ ସୂଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ଭାରାପ୍ରାପ୍ତ ସହକାରୀ କୃଷି ଅଧିକାରୀ ଗୁଡ଼ାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓଙ୍କ ତତ୍ତ୍ୱାବଧାନରେ କୃଷକ ଓଡ଼ିଶା ଡାଟା ବେସ ଓ ଗୋ-ସୁଗମ ପୋର୍ଟାଲ ବଳରାମ ଯୋଜନାରେ ଇ-କେଓ୍ବାଇସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହକାରୀ କୃଷି ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓ, ସହକାରୀ କୃଷି ଯନ୍ତ୍ରୀ ସୂଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ,ଏଓ ଶିରିଗୁଡା ଶ୍ରୀ ମାର୍କଣ୍ଡ ଗୋୖଡ,ଏଓ ସାନହୁମା ଶ୍ରୀମତୀ ପାଉନାନପିନ ଶବର,ଏଲଭିଏଡବ୍ଳ୍ୟୁ ଶ୍ରୀମତି ସ୍ଵର୍ଣ୍ଣମୟୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସାଦ ଲିମା ମଞ୍ଚାସୀନ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ ସମସ୍ତ କୃଷକ/ଚାଷୀ ବ୍ୟକ୍ତିଗତ ଜାତି ପ୍ରମାଣପତ୍ର କରିବା ସହ ଇ-କେଓ୍ବାଇସି ମାଧ୍ୟମରେ ପାସବୁକ/ଜମା ଖାତ ଆପଟୁଡେଟ କରାଇବେ । ଯାହା ଫଳରେ ଜମା ଖାତାର ଦେଣନେଣରେ କୋୖଣସି ଅସୁବିଧା ରହିବ ନାହିଁ ।ଏହା ଜନସେବା କିମ୍ବା ମୋ ସେବା କେନ୍ଦ୍ରରେ କରାଇବେ । ସେଥିପାଇଁ ପୁରୁଣା ଲୋକଙ୍କୁ ୫୫ ଟଙ୍କା ଓ ନୂଆ ଲୋକଙ୍କୁ ୧୧୦ ଟଙ୍କା ଭରିବାକୁ ପଡ଼ିବ । ଏହା କେବଳ ଚଳିତ ମାସ ଜୁନ୍ ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ ଏହି ଧାର୍ଯ୍ୟ ତାରିଖ ମଧ୍ୟରେ କରାଇଲେ ଅଧା ଟଙ୍କା ସବସିଡ ମିଳିବ, କିନ୍ତୁ ଆଗାମୀ ମାସରେ କଲେ ପୂର୍ଣ୍ଣ ମାତ୍ରାରେ ଟଙ୍କା ଭରିବାକୁ ପଡ଼ିବ । ଏହି ଅବସରରେ କୃଷି ବିଭାଗ ତରଫରୁ ସମସ୍ତ କ୍ଷେତ୍ର କର୍ମଚାରୀ,ଆତ୍ମା କର୍ମଚାରୀ, ଉଦ୍ୟାନ ବିଭାଗ କର୍ମଚାରୀ,ପ୍ରାଣୀଧନ କର୍ମଚାରୀ, ସମସ୍ତ ପଞ୍ଚାୟତର କୃଷକ ସାଥୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର କର୍ମଚାରୀ ଓ ଅଗ୍ରଣୀ ଚାଷୀଙ୍କୁ ନେଇ ବିଭିନ୍ନ ବିଷୟରେ ସଚେତନ କରାଯାଇଛି ।