ପୁରା ଖବର ବିଷୟରେ



୧୬ ଦଫା ଦାବି ନେଇ ପଦ୍ମପୁର ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ

Jun 17 2022 7:16PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) : ଆଜି ୧୭.୦୬.୨୦୨୨ ତାରିଖ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ପଦ୍ମପୁର ସଦର ମହକୁମା ସ୍ଥିତ ସୁନାରିଘାଇ ଛକ ନିକଟରୁ ସିପିଆଇ(ଏମ୍ ଏଲ୍) ଲିବରେସନ୍ ଓ ଆଦିବାସୀ ସଂର୍ଘଷ ମୋର୍ଚ୍ଚା ମିଳିତ ସଂଗଠନ ତରଫରୁ ସିପିଆଇ ଏମଏଲ ଲିବରେସନ ଜିଲ୍ଲା ସଂମ୍ପାଦକ ଶ୍ରୀ ତ୍ରିପତୀ ଗମାଙ୍ଗଙ୍କ ନେତୃତ୍ୱରେ ଗରିବ-ଆଦିବାସୀ ଦଳିତ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଦ୍ମପୁର ମୁଖ୍ୟ ବଜାର ଦେଇ ପଦ୍ମପୁରକୁ ପରିଷଦର ମାନ୍ୟତା ସହ ଜମି,ଜଳ,ଜଙ୍ଗଲ ଓ ସିଲଂ ବହିର୍ଭୂତ ଜମି ଦାବୀରେ ବିଭିନ୍ନ ସ୍ଲୋଗାନମାନ ଦେଇ ପଦ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ୧୬ ଦଫା ଦାବୀ ନେଇ ପଦ୍ମପୁର ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଥିଲା । ଦାବି ସମୁହ ହେଲା :- ୧.- ସଉରା - ଭାଷା ଓ ସଂସ୍କୃତିକୁ ସାମ୍ବିଧାନିକ ଅଧିକାର ସହ ସଂରକ୍ଷଣ ଅଧିକାର ଦିଆଯାଉ । ୨-ପଦ୍ମପୁର ବ୍ଲକରେ MGNREGA କାମରେ ୨୦୦ ଦିନ କାମ,ଦୈନିକ ୬୦୦ ଟଙ୍କା ମଜୁରୀ ଦେବା ସଙ୍ଗେ ଜେସିପି ମେସିନ ଦ୍ଵାର କାମ ବନ୍ଦ କରାଯାଉ ୩ - .ପ୍ରତ୍ୟକ ଘର ଲୋକଙ୍କୁ ଘରଢିହ ପଟା,ଜବ କାର୍ଡ ଓ ରେସନ୍ କାର୍ଡଧାରୀଙ୍କୁ ୫୦ କେଜି ଚାଉଳ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ୪ - ପଦ୍ମପୁର ସଦରକୁ ପରିଷଦ ମାନ୍ୟତା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ । ୫ - ବ୍ଲକରେ ଭାଗ ଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା ସହ ଚାଷୀଙ୍କ କୃଷିଋଣ ଛାଡ଼ କରି ନୁତନ କୃଷି ଋଣ ପ୍ରଧାନ କରାଯାଉ। ୬ - ପଦ୍ମପୁର ନିକଟ ସୁନାରୀଘାଇ ଛକ ନିକଟରେ ସରକାରୀ ଜମି ଅଣ-ଆଦିବାସୀ ଲୋକ ଦଖଲରେ ରଖି ବିକ୍ରି କରୁଛନ୍ତି ଏହାକୁ ତଦନ୍ତ କରାଯାଉ। 7 - ଧାନ କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୩,୦୦୦-/ ଟଙ୍କା ଧାର୍ଯ୍ୟ କରାଯାଉ ଏବଂ ୨୦୨୦ ବିଦ୍ୟୁତ୍ ଆଇନ୍ ବନ୍ଦ କରିବା ସଙ୍ଗେ ସଙ୍ଗେ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ। ୮ - ବ୍ଲକର ଇନ୍ଦୁପୁର୍,ଲାଉଗୁଡା, କୋଇଲିକୋଟା ଓ ଇତ୍ୟାଦି ଗ୍ରାମମାନଙ୍କରେ ସରକାରଙ୍କ ତରଫରୁ ଘୋଷିତ ସିଲଂ ଜମିର ନୋଟିସ ଜାରି କରିଥିବା ଜମିକୁ ଆଦିବାସୀଙ୍କ ମଧ୍ୟରେ ବଣ୍ଟନ ଏବଂ ଖିଲାମୁଣ୍ଡା ମୌଜାରେ ସରକାର ପଯରୁ ବଣ୍ଟନ କରିବା ପାଇଁ ନୋଟିସକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ । ୯ *ଖମାପଦର ଗ୍ରାମର ଗଂଗା ଜମୁନା ସାହିରେ ପୈତୃକ ଅମଳରୁ ବସବାସ କରୁଥିବା ବାସିନ୍ଦାଙ୍କୁ ଘରବାରି ପଟ୍ଟା ଓ ନିରୀହ, ଆଦିବାସୀ,ଦଳିତ ଓ ଗରିବମାନେ ଭୋଗ ଦଖଲରେ ଥିବା ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବାର ସୁ-ବ୍ୟବସ୍ତା କରାଯାଉ । ୧୦-ରାୟଲପଦର ମୌଜାରେ ରହିଥିବା ମନ୍ଦିର ଜମିକୁ ମନ୍ଦିର ନାମରେ ପଟ୍ଟା କରାଯାଉ ନଚେତ ଗରିବମାନଙ୍କ ମଧ୍ୟରେ ବଣ୍ଟନ କରଯାଉ। ୧୧ - ବ୍ଲକରେ ସିଲଂ ବହିର୍ଭୂତ ଜମି ଗୁଡିକ ସାହୁକାର ମାନେ ବିକ୍ରି କରିଥିବା ଜମିକୁ ବାହାର କରି ଗରିବମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ। ୧୨ - “କାମ୍ପା” ଆଇନରେ ଜଙ୍ଗଲ ଜମିକୁ କମ୍ପାନୀ ନାମରେ ରଖି ଆଦିବାସୀଙ୍କ ଭୋଗ ଦଖଲରେ ଥିବା ଜମିକୁ ଉଚ୍ଛେଦ କରିବା ବନ୍ଦ କରାଯାଉ । ୧୩ - ଆଦିବାସୀମାନଙ୍କ ଦଖଲରେ ଥିବା ଜଙ୍ଗଲ ଜମିକୁ ଆର୍.ଆଇ ଓ ଓମିନଙ୍କ ଦ୍ଵାରା ଚିହ୍ନଟ ନିମନ୍ତେ ମାସକୁ ୧୦ ଦିନ ତହସିଲଦାରଙ୍କ ଠାରୁ ଅନୁମତି ପ୍ରଦାନ କରାଯାଉ। ୧୪ - ସ୍ୱାସ୍ଥ୍ୟ ସେବାରେ ସମସ୍ତଙ୍କୁ ''ସର୍ବଜନୀନ ଉନ୍ନତ ସ୍ୱାସ୍ଥ୍ୟ ସେବା”ସହ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ସୁନିଶ୍ଚିତ କରାଯାଉ। ୧୫ - ପଦ୍ମପୁର ଅଞ୍ଚଳରେ ପୈତୃକ ଅମଳରୁ ବସବାସ କରୁଥିବା ଗରିବ ଅଧିବାସୀଙ୍କୁ ଘର ପଟ୍ଟା ଦେବା ସହ ପଟ୍ଟା ନଥିବା ସ୍ଥଳରେ ଆବସ ଗୃହ ଯୋଗାଇ ଦିଆଯାଉ । ରିପୋର୍ଟ:ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୁତନ ଓଡିଶା ନିୟୁଜ