ପୁରା ଖବର ବିଷୟରେ



ବିଭିନ୍ନ ସଂଗଠନ ପକ୍ଷରୁ ବାଲେଶ୍ଵର ୧୨ ଘଣ୍ଟିଆ ବନ୍ଦ ପାଳନ

Jun 17 2022 6:55AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ୧୬-୬-୨୦୨୨ ତାରିଖ ଗୁରୁବାର ଦିନ ସକାଳ ୬ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ, ୧୨ ଘଣ୍ଟିଆ ବାଲେଶ୍ୱର ଜିଲ୍ଲା ବନ୍ଦ ପାଳନ ହୋଇଯାଇଛି । ଉକ୍ତ ବନ୍ଦ ପାଳନରେ ବାଲେଶ୍ଵର ବାର ଆସୋସିଏସନ,ନାଗରିକ ମଞ୍ଚ, ସିଭିଲ ଶୋସାଇଟି ପକ୍ଷରୁ ମିଳିତ ଭାବରେ ବାଲେଶ୍ୱର ବନ୍ଦର ଡାକରା ଦିଆଯାଇଥିବା ବେଳେ ସିପିଆଇ (ଏମ), କଂଗ୍ରେସ ତଥା ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ ସମର୍ଥନ ମିଳିଥିବା ବେଳେ ବନ୍ଦ ପାଳନରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ମୁଖ୍ୟ ଛକ ମାନଙ୍କରେ ଟାୟାର ଜାଳି ରାସ୍ତ ରୋକ କରାଯାଇଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ଯାନବାହାନ ଚଳାଚଳ ବନ୍ଦ ରହିଥିଲା, ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି lସୂଚନା ଥାଉକି ଦୀର୍ଘ ଦିନ ଧରି ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଅପରାଧି ମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଓ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ସହରର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲୁଟ୍‌, ଡକାୟତି,ରେପ୍,ମଡର ଭଳି ଘଟଣା ଘଟୁଥିବା ବେଳେ କଥା କଥାରେ କେଉଁଠି ବନ୍ଧୁକ ପୁଟି ଜୀବନ ଗଲାଣିତ, ଆଉ କେଉଁଠି ରକ୍ତ ମୁଖା ଖଣ୍ଡା, ଭୁଜାଲିରେ ନିରୀହ ଲୋକ ବଳି ପଡୁଛି । ଅପରାଧୀ ମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପକୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ପୋଲିସ । ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଥିବା ବେଳେ ପୋଲିସ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଚୁପ୍‌ ବସିଛନ୍ତି ବୋଲି ମିଳିତ ସଂଗଠନ ଆରୋପ ଆଣିଛନ୍ତି । ସହରରେ ଦେଖାଦେଇଥିବା ସମସ୍ୟା ପ୍ରଶାସନ ତରଫରୁ ଅତିଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନରେ ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇବା ସହ ଗଣ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l