ପୁରା ଖବର ବିଷୟରେ



ପାଟାଂଗୁଡା ଗ୍ରାମ ନିକଟସ୍ଥ ରାସ୍ତାରେ ଆଟୋରୁ ପଡ଼ି ୫୫ ବର୍ଷର ବୃଦ୍ଧ ଗୁରୁତର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି ପରେ ଗୁଣୁପୁର ସ୍ଥାନାନ୍ତର

Jun 15 2022 8:18PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ କର୍ଲାଘାଟି ଗ୍ରାମପଞ୍ଚାୟତ ପାଟାଂଗୁଡା ନିକଟରେ ,କାଚାପାଜୁ ଗ୍ରାମର ବାସିନ୍ଦା ୫୫ ବର୍ଷୀୟ ଶ୍ରୀ କାଶ୍ରୀ କାଣ୍ଡାମାକା ନାମକ ବ୍ୟକ୍ତି ,ସ୍ତ୍ରୀ ଶ୍ରୀମତି ଦିବା କାଣ୍ଡାମାକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ପରୀକ୍ଷା କରାଇବା ପାଇଁଁ ଆଜି ସକାଳ ୯.୩୦ ମିନିଟ ସମୟରେ ଆଟୋ ଯୋଗେ ଗୁଡ଼ାରୀ ଯାଉଥିଲେ, ତାଙ୍କ ସହ ଗ୍ରାମର କିଛି ଲୋକ ବସିଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ପାଟାଂଗୁଡା ଗ୍ରାମ ନିକଟସ୍ଥ ରାସ୍ତାରେ ରାସ୍ତା ଖରାପ ଥିବାରୁ ଗାଡ଼ି ଚାଳକ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ପଥର ଦେହରେ ଧକ୍କା ଦେଇ ଥିବାରୁ ଆଟୋ ପଛରେ ବସିଥିବା କାଶ୍ରି ପଛୁଆ ଓଲଟି ପଡ଼ିଥିଲା, ଯାହା ଫଳରେ କାଶ୍ରିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଦେହର କିଛି ଅଂଶ ଖଣ୍ଡିଆ ଖାବରା ହୋଇଥିବା ବେଳେ ଆଟୋରେ ବସିଥିବା ମହିଳା ଓ ୧୦-୧୨ ବର୍ଷର ଝିଅକୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ମାନର ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା ସହଯୋଗ କରୁଥିବା ଦେଖିବାକୁ ମିଳିଛି ।