ପୁରା ଖବର ବିଷୟରେ



ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ଦେବସ୍ନାନ ନିତି ପାଳନ

Jun 15 2022 9:23AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ବଳଭଦ୍ର, ସୁଭଦ୍ରା,ଜଗନ୍ନାଥ,ଓ ସୁଦର୍ଶନଙ୍କୁ ନେଇ ରିତି ନିତି ପୂଜାର୍ଚ୍ଚନା ସହ ଦେବସ୍ନାନ ବିଧି ପାଳନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ଦେବସ୍ନାନ ନିମନ୍ତେ ବଂଶଧାରା ନଦୀରୁ ଅଷ୍ଟ ଗଂଗାଙ୍କୁ ଅଷ୍ଟ କୁମ୍ଭରେ ଆବହନ କରାଯାଇ ସ୍ଥାପନ କରିଥିବା ବେଳେ ଗ୍ରାମିଣ ଭୋଗ ସହ ନୀତିକାନ୍ତି ସମାପନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମନ୍ଦିର ଭିତରକୁ ନନେଇ ଅନଶର ଗୃହକୁ ନିଆଯାଇଥିଲା । ସୂଚନା ଥାଉକି ଆଜି ଠାରୁ ୧୫ ଦିନ ପର୍ଯ୍ୟନ୍ତ ଅନଶର ଗୃହରେ ଗୁପ୍ତ ଭାବେ ଚତୁର୍ଦ୍ଧା ମୂର୍ତ୍ତି ରହିବା ସହ ପଥି ପଦ୍ଧତି ଲାଗି ରହିବ । ଏହି ଅବସରରେ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଗଣପତି ପ୍ରସାଦ ପାଠୀ, ଭାସ୍କର ନନ୍ଦ, ପାଣ୍ଡବ ସାହୁ, ପ୍ରଭାକର ରଥ, ଗୋପୀନାଥ ଗୌଡ଼, ରାଘବ ପାତ୍ର,ସୁଜୟ ପଟ୍ଟନାୟକ, ଦିଲିପ ସାହୁ, ରବିନ୍ଦ୍ର କୁମାର ପାତ୍ର, ତ୍ରିନାଥ ରଥ ସମେତ ଶତାଧିକ ଭକ୍ତଙ୍କ ମେଳରେ ସେବାୟତ ରବି ପଣ୍ଡାଙ୍କ ଦ୍ୱାରା ନିତିକାନ୍ତି ସମାପନ କରାଯାଇଥିଲା ।