ପୁରା ଖବର ବିଷୟରେ



ଜାକେଡ଼ା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳ ର କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ

Jun 11 2022 3:49PM
(ଦିଲ୍ଲୀପ ଜାନିକଂ ରିପୋର୍ଟ) ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ର କର୍ମୀ ସମ୍ମିଳନୀ ଶିମିଳିସାହି ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ! ଜାକେଡ଼ା ପଞ୍ଚାୟତ ଛାତ୍ର ବିଜୁ ଜନତା ଦଳର ସଭାପତି ଦିଲ୍ଲୀପ କୁମାର ଜାନି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୁ ଜନତା ଦଳ ତୃଣମୂଳ ସଂଗଠନକୁ ମଝୁଭୂତ କରିବା ପାଇଁ ସମସ୍ତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ! ତତ ସହିତ ଜାକେଡ଼ା ପଞ୍ଚାୟତର ଯୁବ, ଛାତ୍ର, ମହିଳା ସଂଗଠନକୁ ଅଧିକ ମଝୁଭୁତ କରିବା ପାଇଁ ମାନ୍ୟବର ବିଧାୟକ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ! ଏଥି ସହିତ ଜାକେଡ଼ା ପଞ୍ଚାୟତର ବିଗତ ଦିନ ଯେଉଁ ବିଭିନ୍ନ ସମସ୍ୟା ଲାଗି ରହିଛି ତାହାକୁ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ବେହେରା ପ୍ରତିଶୃତି ଦେଇଛନ୍ତି ! ଜାକେଡ଼ା ପଞ୍ଚାୟତ ଏକ ଆଦିବାସୀ ଦୁର୍ଗମ, ପଛୁଆ ଅଞ୍ଚଳ ହୋଇଥିବାରୁ ଏହାକୁ ଆଗାମୀ ଦିନରେ ସୂତନ୍ତ୍ର ଭାବରେ ବିକାଶ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ! ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ ବିଜେଡି ସଭାପତି ସନାତନ ସାମଲ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଶଙ୍କର୍ଷଣ ବେହେରା, ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ନୂଆଗାଁ ବ୍ଲକ ବିଜୁ ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା, ଜାକେଡ଼ା ପଞ୍ଚାୟତର ସରପଞ୍ଚ ସୁମିତ୍ରା ଜାନି, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଗୁମୀ ସମିତି ସଭ୍ୟ ସଂଜୀବ କୁମାର ଡାକୁଆ, ପଞ୍ଚାୟତ ବିଜେଡି ସଭାପତି ଚନ୍ଦ୍ରମଣି ବେହେରା, ନୂଆଗାଁ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡା, ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଛାୟତ, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ପ୍ରକାଶ ପ୍ରଧାନ, ତିରିଶ ଖଣ୍ଡ କୋରଡ଼ା ମଳର ସଭାପତି ନରସିଂହ ଜାନି, ସମ୍ପାଦକ ଅଇଁଠା ମଳିକ, ଲଷ୍ମୀଧର ଜାନି, ତ୍ରିଲୋଚନ ଜାନି, ବୁଲୁ ମଳିକ, ବିଶ୍ଵନାଥ ମଳିକ, ଉତ୍ତମ ମଳିକ, ସନାତନ ଜାନି, ଦୟାନିଧି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।