ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ପ୍ରାନ୍ତୀୟ ଶୌର୍ଯ୍ୟ ପ୍ରସିକ୍ଷଣ ଶିବିର ଅନୁଷ୍ଠିତ

Jun 11 2022 8:53AM
(ବାସୁଦେବପୁର ରୁ ଶ୍ରୀକାନ୍ତ ମହାପାତ୍ର କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ପ୍ରାନ୍ତୀୟ ଶୌର୍ଯ୍ୟ ପ୍ରସିକ୍ଷଣ ଶିବିରର ଉଦଯାପନ ହୋଇଯାଇଅଛି I ଗତ 3 ତାରିଖ ଠାରୁ ଏହି ଶିବିର ଆରମ୍ଭ ହୋଇଥିଲା ଯେଉଁଥିରେ ଓଡ଼ିଶାର ଅନେକ ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ସାତ ଦିନଧରି ପ୍ରସିକ୍ଷଣ ହୋଇଥିଲେ I ଦେଶରେ କ୍ଷିପ୍ରଭାବେ ବୃଦ୍ଧି ପାଉଥିବା ରାଷ୍ଟ୍ର ବିରୋଧି , ହିନ୍ଦୁ ବିରୋଧି ଗତି ବିଧିର ପ୍ରତିକାର ଉଚିତ ପ୍ରତିକାର ସହ ସମାଜରେ ଶାନ୍ତି ସୌହାର୍ଦ୍ଧ ପରିବେଶ ସୃଷ୍ଟି ନିମନ୍ତେ ବଜରଙ୍ଗ ଦଳର ଯୁବ କାର୍ଯ୍ୟକର୍ତ୍ତା ସଂକଳ୍ପ ବଦ୍ଧ I ନିଶାମୁକ୍ତ ଯୁବସମାଜ, ଧର୍ମନ୍ତରଣରୁ ହିନ୍ଦୁ ସମାଜକୁ ରକ୍ଷା, ଜେହାଦି ଓ ଆତଙ୍କ ଗତିବିଧିରୁ ରକ୍ଷା ସ୍ୱାବଲମ୍ବୀ ଓ ସ୍ୱାଭିମାନୀ ଯୁବସମାଜ ତଥା ଅନୁପ୍ରବେଶ ଭଳି ସମସ୍ୟା ସହ ଜାତି ଭେଦ ଛୁଆଁ ଅଛୁଆଁ ଆଦି ସମସ୍ୟାର ବିଭିନ୍ନ କୁରିତୀ ସହ ଲଢ଼ିବା ବଜରଙ୍ଗ ଦଳର କାର୍ଯ୍ୟ ଏଣୁ ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଗ, ପ୍ରାଣାୟମ, କୁସ୍ତି କସରତ, ଆତ୍ମରକ୍ଷା କୌଶଳ ଆଦିର ପ୍ରଶିକ୍ଷଣ କରାଯାଇଥିଲା I ଏହି ସାତ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ଅଖିଳ ଭାରତୀୟ ବହୁତ ଅଧିକାରୀ ଓ ବିଶ୍ୱହିନ୍ଦୁ ପରିଷଦର ବହୁ ଅଧିକାରୀ ଯୋଗ ଦେଇଥିଲେ I ଆଜିର ଉଦଯାପନୀ ଉତ୍ସବରେ ସ୍ଥାନୀୟ ସମାଜସେବୀ ନାରାୟଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ସପନ ମୁଖାର୍ଜୀ, ମୁଖ୍ୟ ବକ୍ତା ରୂପେ ଅଭିଭାଷଣ କରିଥିଲେ I ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ବର୍ଗର ବିବରଣୀ ପ୍ରଦାନ କରିଥିଲେ, ବିଭାଗ ସଂଯୋଜକ ବିପିନ ବିହାରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ଆୟୋଜନ କରିଥିଲେ ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ସଭାପତି ବିଜୟ କୁମାର ସୀନା, ବାସୁଦେବପୁର ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଶୈଳେନ୍ଦ୍ର ସେନାପତି, କାର୍ଯ୍ୟାଳୟ ପ୍ରମୁଖ ଗଦାଧର ପଲାଇ, ସମ୍ପାଦକ ଚିତ୍ତରଞ୍ଜନ ପଲାଇ, ବଜରଙ୍ଗ ଦଳର ସଂଯୋଜକ ମନମୋଥ ନାୟକ, ସହ ସଂଯୋଜକ ରଞ୍ଜନ କୁମାର ମଲ୍ଲିକ, ସତସଙ୍ଗ ପ୍ରମୁଖ ଦୀପକ ମହାନ୍ତି, ଜିଲ୍ଲା ଗୋରକ୍ଷା ପ୍ରମୁଖ ଦେବେନ୍ଦ୍ର ନାୟକ ଏବଂ ସହଯୋଗ କରିଥିଲେ ଅନେକ ବଜରଙ୍ଗୀ ଭାଇମାନେ I