ପୁରା ଖବର ବିଷୟରେ



ପଦ୍ମପୁର ଥାନା ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Jun 11 2022 8:48AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ପଦ୍ମପୁର ଥାନା ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପରିସରରେ ଆମ ପୋଲିସ ଓ ପଦ୍ମପୁର ବ୍ଳକ ସମ୍ବାଦ ଓ ଆମ ଓଡିଶା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ନିଳମାଧବ ପାଢ଼ୀଙ୍କ ମିଳିତ ସହଯୋଗରେ ଏବଂ ପଦ୍ମପୁର ଥାନା ଭାରାପ୍ରପ୍ତ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡିଆଙ୍କ ତତ୍ୱବାଧାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ, ଛାତ୍ର, ଡ୍ରାଇଭର ସଂଘ,ସ୍ବେଛାସେବୀ ଓ ପୋଲିସ କର୍ମଚାରୀ ମାନେ ମୋଟ ୫୩ ଜଣ ଯୋଗଦେଇ ସ୍ବେଛାକୃତ ଭାବେ ୫୩ ୟୁନିଟ ରକ୍ତଦାନ କରିଥିଲେ ।ଏହି ଅବସରରେ ଆମ ପୋଲିସ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ, ପଦ୍ମପୁର ଥାନା ଭାରାପ୍ରାତ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡ଼ିଆ,ଡ଼ିଏସପି ରଶ୍ମିରଞ୍ଜନ ସେନାପତି, ଗୁଡାରି ଥାନା ଭାରାପ୍ରପ୍ତ ଆଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ, ଗୁମୁଡ଼ା ଏ ଏସ ଆଇ ଶ୍ରୀ ରଞ୍ଜିତ ତ୍ରିପାଠୀ, ପୁଟାସିଂ ଆଇ ଆଇ ସି ସୁନିତା ବେହେରା, କେନ୍ଦୁଗୁଡା ଆଇ ଆଇ ସି ଶ୍ରୀ ଅରୁଣ କୁମାର ପାତ୍ର, ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ପଦ୍ମପୁର 'ଖ' ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବି ନାରାୟଣ ଆଚାର୍ଯ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିବା ବେଳେ ଗୁଣୁପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଲକ୍ଷଣ କୁମାର ପାତ୍ର ଓ କର୍ମଚାରୀ ଯୋଗ ଦେଇ ୫୩ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ପଦ୍ମପୁର ଥାନା ପକ୍ଷରୁ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।