ପୁରା ଖବର ବିଷୟରେ



ବିର୍ସାମୁଣ୍ଡାଙ୍କ ୧୨୨ ତମ ସହୀଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶରେ ଦାବିପତ୍ର

Jun 10 2022 5:23AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିର୍ସାମୁଣ୍ଡାଙ୍କ ୧୨୨ ତମ ସହୀଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶରେ ଦାବିପତ୍ର । ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସଦର ମହକୁମା ସ୍ଥିତ ନୁଆ ବସ ଷ୍ଟାଣ୍ଡ ଠାରେ ଆଜି ୨୦୨୨ ଜୁନ 9 ତାରିଖରେ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ବିର୍ସାମୁଣ୍ଡାଙ୍କ 122 ତମ ଶହୀଦ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ବେଶ ପୋଷାକ ଓ ଅସ୍ତ୍ରଶସ୍ତ୍ର ମଧ୍ଯରେ ଗୁଣପୁର ନୁଆଁ ବସଷ୍ଟଣ୍ଡ ଠାରୁ ଏକ ବିଶାଲ ଶୋଭାଯାତ୍ରା ବାହାରି ଆଦିବାସୀ ମାନଙ୍କ ବିବିନ୍ନ ସମସ୍ୟାକୁ ନେଇ ଗୁଣପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକ ପତ୍ର ପ୍ରଦାନ କରିବା ସହ ଗୁଣପୁର ବ୍ଲକ଼ର ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଦାବି ସମୁହ ୧ - ସୈରା ଭାଷା ଓ ଲିପି ସଂକୃତିକକୁ ସାମ୍ବିଧାନିକ ଅଧିକାର ଏବଂ ସମସ୍ତଙ୍କୁ ସଂରକ୍ଷଣ ଦିଆଯାଉ। ୨ - ସମସ୍ତ ଆଦିବାସୀ ଓ ବନବାସୀ ମାନଙ୍କୁ ଜଗଂଲଜମି ଘର ଡିହ ପଟା ଯୋଗାଇ ଦିଆଯାଉ। ୩ - ଗୂଣପୁର ତହସିଲ କାର୍ଯ୍ଯାଳୟ ଉପ ତହସିଲ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସାର୍ଟିଫିକେଟ ଦେବା ର ଅବହେଳା ବଦଂ କରି ସମସ୍ତ ଆଦିବାସୀ ପିଲା ମାନଙ୍କୁ ସମ୍ବିଧାନ ର ଅଧିକାର ଦିଆଯାଉ। ୩- ଗୁଣପୁର ଉପଖଣ୍ଡରେ ଡ୍ରନ କ୍ୟାମେରା ସର୍ବେ ବଦଂ କରାଯାଉ। ୪ - ଗୁଣପୁର ମୁନିସିପାଲିଟି ମଧ୍ୟରେ ଅଣ ଆଦିବାସୀ ମାନେ ସରକାର ଜମି ଅଧିଗ୍ରହଣ କରିବା ଏବଂ ଏହାକୁ ଅତିଶୀଘ୍ର ତଦନ୍ତ ଆରମ୍ଭ କରି ଆଦିବାସୀ ମାନଙ୍କ ମଧ୍ୟରେ ଘର ଡିହ ଯୋଗାଇ ଦିଆଯାଉ। ୫ - ଗୁଣପୁର ବ୍ଲକ଼ ପୁଟାସିଂ, ଶଗଡା,ଜଲତାର, ଆବାଡା,ମରମା ଅନାନ୍ୟ ପଞ୍ଚାୟତରେ ପୁର୍ବ ପୁରୁଷରୁ ଭୋଗ ଦଖଲରେ ରହିଆସୁଥିବା ଆଦିବାସୀ ମାନକଂ ଜମି ଘର ଡିହ ପଟା ଯୋଗାଇଦିଆଯାଉ। ୬ - ଗୁଣପୁର ଠାରେ ସରକାରଙ୍କ ଦ୍ଵାରା TDCS କେନ୍ଦ୍ର କରି ଆଦିବାସୀ ମାନଙ୍କ ଦ୍ଵାରା ଆଦାୟ ହେଉଥିବା ମହୁଲ,ଜୁଣା, ତେନ୍ତୁଳି ଓ ଅନାନ୍ୟ ଜଂଗଲ ଜାତ ଦ୍ରବ୍ୟକୁ କିଣିବା ପାଇଁ ସୁ-ବନ୍ଦୋବସ୍ତ କରିବା ସହ 20 ଗୋଟି ଦାବି ପତ୍ର ପ୍ରଦାନ କରାଯାଇଥିଲା।