ପୁରା ଖବର ବିଷୟରେ



ସରକାରୀ ଉଚ୍ଚ ବିଦ୍ୟାଳୟ ଅସଡା ରୁପାନ୍ତରିତ ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।

Jun 10 2022 5:19AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ସରକାରୀ ଉଚ୍ଚ ବିଦ୍ୟାଳୟ ଅସଡା ରୁପାନ୍ତରିତ ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ। ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭର୍ଚୁଆଲ ମାଧ୍ୟମରେ ୪୯୨ ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଅସଡା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଅସଡାର ରୁପାନ୍ତରିତ ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରାରମ୍ଭିକ ସଂଗିତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ସମିତି ସଭ୍ୟା ଶ୍ରୀମତି ନମିତା କୁମାରୀ ଶବର, ସମ୍ମାନିତ ଅତିଥି ଅସଡା ସରପଞ୍ଚ ଶ୍ରୀ ସୁଦାମ ଶବର, ସମ୍ମାନିତ ଅତିଥି ଏଇଇ ଗୁଡ଼ାରୀ ଶ୍ରୀମତି ସସ୍ମିତା ଶବର,ଜେଇ ଶ୍ରୀ ପି.ମୋହନ ରାଓ ପାତ୍ର,ପିଇଓ ଅସଡା ଶ୍ରୀ ଟି.ସୁରିନାରାୟଣ, ଦକ୍ଷ ଭଦ୍ରିକା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ କୁମାର ପତି, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସାଦ ଲିମା ମଞ୍ଚାସିନ ରହିଥିବା ବେଳେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସଂଘ, ଅଙ୍ଗନବାଡ଼ି କର୍ମୀ, ଯୁବକ ଯୁବତୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ନିରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।