ପୁରା ଖବର ବିଷୟରେ



ଆଜ଼ାଦି କା ଅମୃତ ମୋହତ୍ସବ ଉପଲକ୍ଷେ "ଆଇକୋନିକ ସପ୍ତାହ ପାଳନ ଅବସରରେ ଋଣ ସଂଯୋଗିକରଣ ମେଳା, ରାୟଗଡ ଜିଲ୍ଲାର ୧୧୦ଜଣ ହିତାଧିକାରୀଙ୍କୁ ସର୍ବମୋଟ ଟ.୧୧.୫୦ କୋଟିର ଋଣ ପ୍ରଦାନ

Jun 9 2022 9:59AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜାଦି କା ଅମୃତ ମୋହତ୍ସବ ପାଳନ ଅବସରରେ ଏକ ଆଇକୋନିକ ସପ୍ତାହ ବ୍ୟାଙ୍କମାନେ ( ତା ୬ଜୁନରୁ ୧୨ଜୁନ ୨୦୨୨ରିଖଯାଏଁ)ପାଳନ କରି ଆସୁଛନ୍ତି l ଏହି ଅବସରରେ ଆଜି ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଏକ ଋଣ ସଂଯୋଗିକରଣ ମେଳା,ଆର୍ଥିକ ସାକ୍ଷରତା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ବୀମା, ପେନସନ ସମ୍ବନ୍ଧରେ ବିସ୍ତ୍ରୁତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ଶାଖା ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏଲ୍.ଡି.ଏମ୍ ଶ୍ରୀ ଧୀରେନ୍ଦ୍ର ବିହାରୀ ପରିଚାଳନା କରିଥିଲେ। ଏହି ବିତରଣ ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ଜିଲ୍ଲାପାଳ ରାୟଗଡ ଯୋଗଦନ କରି ହିତାଧିକାରୀ ମାନଙ୍କୁ ମଞ୍ଜୁର ଅର୍ଥର ସଠିକ ଯୋଜନା କରି ତାହାର ବିନିଯୋଗ ଉପରେ ଅନୁରୋଧ କରିଥିଲେ l ସମ୍ମlନିତ ଅତିଥି ଭାବେ ପିଡି.ଡି.ଆର୍.ଡି.ଏ ରାୟଗଡ ଶ୍ରୀ ରବିନାରାୟଣ ତ୍ରିପାଠୀ, ନଗରପାଳ ମହେଶ ପଟନlୟକ, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଆଇପିଓ ସବ୍ୟସାଚୀ ସାହୁ, ସିଡିଭିଓ ଡମ୍ବରୁ ଧର ସାମଲ, ଡିଡିଏଚ୍ ପତିତପାବନ ସାମନ୍ତରାୟ, ଡିଡ଼ିଏମ ନାବାର୍ଡ଼ ସନ୍ତୋଷ କୁମାର ସାମଲ, ଏସବିଆଇ,ଆରଏସଇଟିର ନିର୍ଦ୍ଦେଶକ ସରୋଜ କାନ୍ତ ପୃଷ୍ଟି, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ଅସୀମ ପାତ୍ର ପ୍ରମୁଖ,ଆରେସସି ଏସବିଆଇ ମୁଖ୍ୟ ପ୍ରନ୍ଧକ ଦେବଦାସ ଲିମା ପ୍ରମୁଖ ଯୋଗଦେଇଥିଲେ । ଉପସ୍ଥିତ ଅତିଥି ମାନଙ୍କ ହସ୍ତରେ ହିତାଧିକାରୀଙ୍କ ଋଣପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆଜି ଜିଲ୍ଲାର ୨୦ଗୋଟି ବ୍ୟାଙ୍କ ମାନଙ୍କ ପକ୍ଷରୁ ୧୧୦ ହିତାଧିକାରୀଙ୍କୁ ସର୍ବମୋଟ ଟ. ୧୧.୫୦ କୋଟି ଟଙ୍କାର ଋଣ ମଞ୍ଜୁରୀର ମଞ୍ଜୁରୀପତ୍ର ଦିଆଯାଇଛି। ସର୍ବଶେଷରେ ଏଲଡିଏମ ଶ୍ରୀ ବିହାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।