ପୁରା ଖବର ବିଷୟରେ



ଗୁଡ଼ାରୀ ଥାନା ପରିସରରେ ଆମ ପୋଲିସ ଓ ଓଡ଼ିଆ ସମ୍ବାଦ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

Jun 8 2022 4:34PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ପରିସରରେ ଜି.କମ୍ପାନୀ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପସରେ ଆମ ପୋଲିସ ଓ ଓଡ଼ିଆ ସମ୍ବାଦ ପକ୍ଷରୁ ଆୟୋଜିତ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ଡ୍ରାଇଭର ସଂଘ ଓ ସ୍ବେଚ୍ଛାସେବୀ ଯୁବଗୋଷ୍ଠୀର ଯୁବକମାନେ ସ୍ବେଛାକୃତ ଭାବେ ୫୨ ୟୁନିଟ ରକ୍ତଦାନ କରିଥିଲେ । ଏହି ଅବସରରେ ଜି.କମ୍ପାନୀ ୪ର୍ଥ ବାଟାଲିୟନ ସିଆରପିଏଫ ସହାୟକ ସେନାଧ୍ୟକ୍ଷ ଶ୍ରୀ ସମଶେର ସିଂ,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ , ଡିଏସପି ଇନଚାର୍ଜ ଶ୍ରୀ ରଶ୍ମିରଞ୍ଜନ ସେନାପତି, ଡିଏସପି ପଦ୍ମପୁର ଶ୍ରୀ ସୁଶାନ୍ତ କୁମାର ତାଉଡିଆ,ଜିଲ୍ଲା ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହମ୍ମଦ ମଜିଦ, ଜିଲ୍ଲା ସମ୍ବାଦ ପ୍ରତିନିଧି ଶ୍ରୀ ନବୀନ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ, ଡ୍ରାଇଭର ସଂଘ, ସ୍ବେଚ୍ଛାସେବୀ ଯୁବଗୋଷ୍ଠୀଙ୍କୁ ନେଇ ୫୨ ୟୁନିଟ ରକ୍ତ ସଂଗ୍ରହ କରିଥିବା ବେଳେ ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ସମସ୍ତ ବିଭାଗୀୟ କାର୍ଯ୍ୟାଳୟମାନଙ୍କ ସମେତ ଗଣପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା ।