ପୁରା ଖବର ବିଷୟରେ



ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ବିଦ୍ୟାଳୟ ଭୂରୁକୁଡୁ ରୁପାନ୍ତରିତ ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ।

Jun 8 2022 4:33PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭର୍ଚୁଆଲ ମାଧ୍ୟମରେ ୪୯୨ ସ୍ମାର୍ଟ ହାଇସ୍କୁଲ ଲୋକାର୍ପଣ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଶିରିଗୁଡା ଗ୍ରାମପଞ୍ଚାୟତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ବିଦ୍ୟାଳୟ ଭୁରୁକୁଡୁ ରୁପାନ୍ତରିତ ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ବଭିଷଣ ବିରଦଳାଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା, ସରପଞ୍ଚ ଶ୍ରୀମତି ଭାରତୀ ଶ୍ରାମୁଟିକା, କନିଷ୍ଠ ଯନ୍ତ୍ରୀ ଶ୍ରୀମତି ଝରଣା ତ୍ରିପାଠୀ, ମଞ୍ଚାସୀନ ରହିଥିବା ବେଳେ ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଚଲାଣ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳର ଶତାଧିକ ଲୋକେ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଶ୍ରୀ ମନୋଜ କୁମାର ଡାକୁଆ ପରିଚାଳନା କରିଥିଲେ ।