ପୁରା ଖବର ବିଷୟରେ



ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ରେ ଅନୁବନ୍ଧନରେ ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ

Jun 7 2022 1:20PM
(ବାଲେଶ୍ଵର ରୁ ପ୍ରଭାକର ବେହେରାଙ୍କ ରିପୋର୍ଟ) ରବିବାର ବାଲେଶ୍ଵର ଜିଲ୍ଲା ସଦଭାବନା ସଭାଗୃହକକ୍ଷରେ ମିଳିତ ନିଶା ନିବାରଣ ଅଭିଯାନ ର ଷଷ୍ଠ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ଶ୍ରୀଯୁକ୍ତ ସ୍ଵରୂପ କୁମାର ଦାସ, ପୌରାଦ୍ଧକ୍ଷା ଶ୍ରୀମତି ସବିତା ସାହୁ, ସମାଜ ସେବୀ , ସଂଗ୍ରାମ ଦାସ, ଶ୍ରୀଯୁକ୍ତ ପଦ୍ମଚରଣ ନାୟକ, ଆଇ. ଏ. ଏସ ନିର୍ଦ୍ଦେଶିକା ଏସ.ଏସ.ଇ.ପି.ଡି ଭୁବନେଶ୍ୱର ଶ୍ରୀମତି ବ୍ରତତି ହରିଚନ୍ଦନ, ଡକ୍ଟର କେଶବ ଚରଣ ପଣ୍ଡା, ସୁଶି ଅର୍ଚ୍ଚନା ନନ୍ଦୀ, ସୁବ୍ରତ କର, ଶ୍ରୀ ଗୌରାଙ୍ଗ ପାଣିଗ୍ରାହି, ଶ୍ରୀ ପ୍ରଭାକର ସାହୁ, ଶ୍ରୀମତୀ ମମତା ମହାପାତ୍ର, ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ହଳଦିଆ ପଡ଼ା ମଦ ବିରୋଧି ସଂଘ ଓ ଅନ୍ୟ ମାନେ ଯୋଗ ଦେଇଥିଲେ। ଉକ୍ତ ସଭାରେ ନିଶା ବିରୋଧି ଅଭିଯାନକୁ ଜିଲ୍ଲାରେ ବ୍ୟାପକ କରାଯିବା, ବେଳାଭୂମି ମଦକୁଡ଼ିଆ ଯୋଜନା ନିଷ୍ପତ୍ତି କୁ ଜିଲ୍ଲା ପ୍ରଶାସନ ପ୍ରତ୍ୟାହାର କରିନଥିବା ପାଇଁ ପ୍ରତିବାଦର ସ୍ୱର ଦୃଢ଼ କରିବାକୁ ହେବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନିଶା ବିରୋଧି କାର୍ଯ୍ୟକ୍ରମକୁ ଅଧିକ ତ୍ୟୁରାନିତ କରିବାକୁ ହେବ। ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ମହିଳା ମାନଙ୍କ ମଦ ବିରୁଧି ଅନ୍ଦୁଲନ କୁ ସମର୍ଥନ ଜଣାଇ ସେମାନଙ୍କୁ ନୈତିକ ଓ ଆଇନଗତ ସହାୟତା ଯୋଗାଇବାକୁ ପଡ଼ିବ। ନିଶାବିରୁଦ୍ଧ ଅଭିଯାନ ରେ ଅଧିକ ବ୍ୟକ୍ତି ବିଶେଷ ଓ ସଂଗଠନ ମାନଙ୍କୁ ଜିଲ୍ଲା ସ୍ତରର ସଂଗଠନ ସହ ସଂଯୁକ୍ତ କରାଯିବାକୁ ଉଦ୍ୟମ କରାଯିବ। ୧୯୫୬ ମସିହା ରେ ପ୍ରଣୟନ ହୋଇଥିବା ନିଶା ନିବାରଣ ଆଇନ କୁ କାର୍ଯ୍ୟକାରି କରିବା ପାଇଁ ସରକାର ଙ୍କ ଉପରେ ଚାପ ସୃଷ୍ଟି କରାଯିବ। ଉପରେ ଆଲୋଚନା ହୋଇଥିଲା।