ପୁରା ଖବର ବିଷୟରେ



ରାୟଗଡାର ପ୍ରଥମ ସୀମା ସଶସ୍ତ୍ର ବଳର ମହିଳା ଯବାନ କୁ ସ୍ଵାଗତ କଲେ ରାୟଗଡ଼ା ବାସି ।

Jun 6 2022 2:51PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ର ପ୍ରଥମ ମହିଳା ସଶସ୍ତ୍ର ଯବାନ ଭାବେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ କୁମାରୀ ରଶ୍ମିତା କୁମ୍ଭାର ଆଜି ସେନା ରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିରେ ପାଦ ଦେଇଥିଲେ ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ା ବାସି ତାଙ୍କୁ ବଡ ଆଡ଼ମ୍ବରରେ ରାୟଗଡ଼ା ଷ୍ଟେସନ ରୁ ବେଣ୍ଡ୍ ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରି ଥିଲେ । ସୂଚନା ଅନୁଯାୟୀ ସେ 2019 ମସିହାରେ ଭରଟ ସଶସ୍ତ୍ର ସୀମା ବଳ ବାହିନୀରେ ଯୋଗ ଦେଇଥିଲେ , ରାୟଗଡ଼ା ମାଟିର ଝିଅ ଯିଏ ଦେଶ ସୁରକ୍ଷା ପାଇଁ ପିଲା ବେଳୁ ଲକ୍ଷ୍ୟ ରଖି ଆଜି ସଫଳତା ପାଇଥିଲେ ତାଙ୍କ ପାଇଁ ରାୟଗଡ଼ା ଆଜି ଗର୍ବିତ ବୋଲି ରାୟଗଡ଼ା ବ୍ଲକ c ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା କହିଛନ୍ତି । ରଶ୍ମି କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ଦୃଢ଼ ନିଷ୍ଠା ଓ ପରିବାରର ସହଯୋଗ ମୁଖ୍ୟ କାରଣ । ଏବଂ ସେ ମହିଳା ଯୁବ ପିଢ଼ି କୁ ଏଭଳି ଲକ୍ଷ୍ୟ ରଖି ସେନା ରେ ଯୋଗ ଦେଇ ଦେଶ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି । ତାଙ୍କୁ ଏଭଳି ସମ୍ମାନ ରାୟଗଡ଼ା ବାସି ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।