ପୁରା ଖବର ବିଷୟରେ



ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Jun 6 2022 2:43PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶିଳ୍ପ ନିର୍ଦ୍ଧେଶାଲୟ ଓଡ଼ିଶା କଟକ ଏବଂ ଆଞ୍ଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ବରିଷ୍ଠ ଓଏଏସ ଅଧିକାରୀ ରାୟଗଡା ଶ୍ରୀ ବିକାଶ ଚନ୍ଦ୍ର ବୈନଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ବେରୋଜଗାର ଯୁବକ/ ଯୁବତୀଙ୍କ ଆତ୍ମନିଯୁକ୍ତି ନିମନ୍ତେ ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ RIC ରାୟଗଡ଼ା ବରିଷ୍ଠ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ,ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଅଂଶୁମାନ ବେହେରା,ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ ଯୋଗଦେଇ ବିଭାଗ ତରଫରୁ କାର୍ଯ୍ୟକାରୀ ବିଭିନ୍ନ ଆତ୍ମ ନିଯୁକ୍ତି ଭିତ୍ତିକ ଯୋଜନା ସମ୍ବନ୍ଧରେ ବୁଝାଇ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ବର୍ଷ ତମାମ ଅନୁଷ୍ଠିତ ହେବା ସୂଚନା ମିଳିଛି ।ଏହି ଶିବିରରେ ପ୍ରାୟ ଅଞ୍ଚଳର ଷାଠିଏ ଜଣ ଯୁବକ ଯୁବତୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନନୀ ଗ୍ରାମ୍ୟ ମହିଳା ବିକାଶ ସଂସ୍ଥାର ସଭାପତି ମାଳତୀ ମହନନ୍ଦିଆ ଓ ବରିଷ୍ଠ ପତ୍ରକାର ଶ୍ରୀ ପ୍ରସାଦ ଲିମା ସହଯୋଗ କରିଥିଲେ ।