ପୁରା ଖବର ବିଷୟରେ



ନବ ରୂପାନ୍ତର ପ୍ରକ୍ରିୟାରେ ମୟୁରଭଞ୍ଜର ଶକ୍ତିପୀଠ ଦେବକୁଣ୍ଡ ସ୍ଥିତ ମାଆ ଅମ୍ବିକାଙ୍କ ମନ୍ଦିରକୁ ସାମିଲ ନ କରିବା ନେଇ ପ୍ରତିବାଦ କଲା ଭଞ୍ଜସେନା

Jun 5 2022 6:03AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ନବ ରୂପାନ୍ତର ପ୍ରକ୍ରିୟl ରେ ଗଞ୍ଜାମ ର ତାରାତାରିଣୀ, ସମଲେଶ୍ୱରୀ, କଟକ ଚଣ୍ଡୀ ମନ୍ଦିର ପାଇଁ କୋଟି କୋଟି ଟଙ୍କାର ଅନୁଦାନ କରୁଥିବା ବେଳେ କେନ୍ଦୁଝର ମାଆ ତାରିଣୀ ମନ୍ଦିର ପାଇଁ ୪୦କୋଟି(୫)ଭଦ୍ରକ ଆଖଣ୍ଡଳମଣି ମନ୍ଦିର ପାଇଁ ୯୨କୋଟି ପ୍ରଦାନ କରିବା ସହିତ ଅନ୍ୟାନ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ବହୁତ ସୁନ୍ଦର ପଦକ୍ଷେପ,ମାତ୍ର ବିଜେଡି ଦଳର ବରିଷ୍ଠ ରାଜ୍ୟ ସ୍ତରୀୟ ନେତାଙ୍କ ଘୋଷଣା ପରେ ମଧ୍ୟ ମୟୁରଭଞ୍ଜ ର ଅନ୍ୟତମ ଶକ୍ତିପୀଠ ଦେବକୁଣ୍ଡ ସ୍ଥିତ ମାଆ ଅମ୍ବିକା ମନ୍ଦିର ର ନବ ରୁପାନ୍ତର ପାଇଁ କୌଣସି ଆର୍ଥିକ ଅନୁଦାନ ମିଳିଲା ନାହିଁ। ଏଥିରୁ ଅନୁମାନ କରନ୍ତୁ ରାଜ୍ୟ ବିଜେଡି ସରକାରଙ୍କ ମୟୁରଭଞ୍ଜ ର ଅନ୍ୟତମ ଶକ୍ତିପୀଠ ଦେବକୁଣ୍ଡ ସ୍ଥିତ ମାଆ ଅମ୍ବିକା ମନ୍ଦିର ପ୍ରତି କେତେ ଅନୁଗତ୍ୟ ପ୍ରକାଶ କରୁଛନ୍ତି ।ବାରମ୍ବାର ଦାବୀ କରିବା ସତ୍ତ୍ୱେ ରାଜ୍ୟ ବିଜେଡି ସରକାର ଅନ୍ୟ ଆଡେ ହାତ ଖୋଲା କରିଛନ୍ତି ମାତ୍ର ମୟୁରଭଞ୍ଜ ର ଅନ୍ୟତମ ଶକ୍ତିପୀଠ ଦେବକୁଣ୍ଡ ସ୍ଥିତ ମାଆ ଅମ୍ବିକା ଙ୍କ ମନ୍ଦିରର ବିକାଶ କ୍ଷେତ୍ରରେ ହାତ ବନ୍ଦ କରି ବସିଛନ୍ତି ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜଣାଇଛନ୍ତି। ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ସହିତ ଐତିହ୍ୟ ସ୍ଥଳୀ ଗୁଡିକ ସଂରକ୍ଷଣ ହେଲେ ଦେଶ ବିଦେଶରୁ ବହୁ ଭକ୍ତ ଓ ପର୍ଯ୍ୟଟକ ଆମ ମୟୁରଭଞ୍ଜ କୁ ଆସିବେ, ଏବଂ ଏହା ଦ୍ୱାରା ଆମ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ବହୁ ବେରୋଜଗାର ମାନେ ରୋଜଗାରକ୍ଷମ ହୋଇପାରିବେ। କ୍ରମାଗତ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳା ପ୍ରତିବାଦ ରେ ଆସନ୍ତା ଜୁନ ମାସ ୨୪ତାରିଖ ଶୁକ୍ରବାର ଦିନ ଭଞ୍ଜସେନା,କପ୍ତିପଦା ଉପଖଣ୍ଡ ଶାଖା ପକ୍ଷରୁ ଉଦଳା ସ୍ଥିତ ହାଇସ୍କୁଲ ଟ୍ରାଫିକ ଛକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ ଏବଂ ଉକ୍ତ ପ୍ରତିବାଦ ସଭାରେ ମୟୁରଭଞ୍ଜ ର ସବୁ ବର୍ଗର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଏକତ୍ରିତ ହେବେ ବୋଲି ଭଞ୍ଜସେନା ଉପାଧକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ଉପଖଣ୍ଡ ସଭାପତି ରବିନ ମହାନ୍ତି, ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଂମ୍ପୁର୍ଣ ହେମ୍ବ୍ରମ, ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ସଞ୍ଜୟ ହାଂସଦାହ ପ୍ରମୁଖ ମିଳିତ ପ୍ରେସ ବିବୃତିରେ ଜଣାଇଛନ୍ତି l