ପୁରା ଖବର ବିଷୟରେ



ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

May 31 2022 1:00PM
(ନୁଆଗାଁ ବ୍ଲକ ରୁ ଦିଲ୍ଲୀପ ଜାନୀ ଙ୍କ ରିପୋର୍ଟ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରାଜୀବ ଗାନ୍ଧୀ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳ ଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳ ଲଗ୍ନଯିତ୍ ରାଉତ,ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା,ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ,ତୁଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ,ଥାନା ଅଧିକାରୀ ବସନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ଲୋକ ମାନଙ୍କ ବିଭିନ୍ନ ବିଭାଗର ୪୦ ରୁ ଉର୍ଦ୍ଧ୍ବ ଆପତ୍ତି ,ଅଭିଯୋଗ ଆସିଥିଲା। ଅଭିଯୋଗ ର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଙ୍କ ଭି ସି ମିଟିଂ ଥିବାରୁ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଅନୁପସ୍ଥିତ ଥିବା ଜଣା ପଡିଛି। କୋଭି ଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଜନ ଶୁଣାଣି ଶିବିର ହୋଇ ନଥିବା ବେଳେ ଆଜି ପ୍ରଥମ ଥର ପାଇଁ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାର ଅଭାବ ଯୋଗୁ କମ୍ ସଂଖ୍ୟକ ଅଭିଯୋଗ କାରୀ ଆସିଥିବା ଦେଖିବାକୁ ମିଳିଥିଲା।