ପୁରା ଖବର ବିଷୟରେ



ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ,

May 26 2022 8:56PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଭଦ୍ରକ : ସାତଭଉଣି କୋର୍କରା ଗ୍ରାମରେ କୋର୍କରା ଯୁବ ନାଟ୍ୟ ପରିଷଦ ଦ୍ବାରା ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ବିରେନ୍ଦ୍ର ଜେନା ଓରଫ ଝାମ୍ପୁ ନନା ଙ୍କ ପରିଚାଳନା ରେ ନାଟ୍ୟକାର ନବୀନ ଚନ୍ଦ୍ର ମହାପାତ୍ର ଙ୍କ ରଚିତ 'ଲୁହରେ ଲେଖା ମାେ କପାଳ ରେଖା ଓ ଜୁଇ ରେ କାନ୍ଦୁଛି ଜୀଅନ୍ତା ଶବ,ନାଟ୍ୟ ନିର୍ଦ୍ଦେଶକ ଟୁଟୁ ବେହେରା ଙ୍କ ନିର୍ଦ୍ଦେଶନା ରେ ସ୍ଥାନୀୟ ସୁନାମଧନ୍ୟ କଳାକାର ମାନଙ୍କ ଦ୍ଵାରା ଦୁଇ ରାତ୍ରି ପରିବେଷଣ ହୋଇଯାଇଅଛି,କୁମାର ଗୟାଧର ସଙ୍ଗୀତ ସଂଯୋଜନା କରିଥିଲେ,ଆନନ୍ଦ ବଜାର ହାଇସ୍କୁଲ ର ବରିଷ୍ଟ୍ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ଵାଳ ଙ୍କ ସଭାପତିତ୍ବ ରେ ନାଟ୍ୟ ନିର୍ଦ୍ଦେଶକ ଟୁଟୁ ବେହେରା,ପ୍ରାକ୍ତନ ଏ ବି ଓ ଗୁରୁପଦ ସାହୁ,ସମାଜସେବୀ କମଳାକାନ୍ତ ଜେନା,ପ୍ରଦୀପ ଦାସ,ସଙ୍ଗୀତକାର ଗୌତମ ବାରିକ୍,ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ, ଭଦ୍ରକ ସତର ନମ୍ୱର୍ ଜୋନରେ ଜିଲ୍ଲା ପରିଷଦ ସଦସ୍ୟ ମଳୟ କୁମାର ଜେନା ଉତ୍ସଵ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିବା ସହ କଳା ସଂସ୍କୃତି କୁ ଉଜ୍ଜୀବିତ କରି ରଖିବା ଦିଗରେ ଯୁବ ପୀଢ଼ି ର ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ ।