ପୁରା ଖବର ବିଷୟରେ



ଜଗନ୍ନାଥ ମନ୍ଦିର ପରିସରରେ ଗୁଡ଼ାରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ବର୍ଗତ ପ୍ରତାପ କେଶରୀ ଦେଓଙ୍କ ଶ୍ରଦ୍ଧାଞ୍ଜଳି ଦିବସ ପାଳନ

May 26 2022 8:46PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ସ୍ବର୍ଗତ ପ୍ରତାପ କେଶରୀ ଦେଓ ଜଣେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ, ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ବର୍ତ୍ତମାନର ସାନହୁମା ଗ୍ରାମପଞ୍ଚାୟତର ସଦର ମହକୁମାରେ ଏକ ରାଜବୈଦ୍ୟ ଓ ରାଜବଂଶ ପରିବାରରେ ପିତା: ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ଦେଓ ଓ ମାତା ସ୍ବର୍ଗତ ବିନୋଦିନୀ ଦେଓଙ୍କ ସୂଗର୍ଭରେ ୧୯୫୫ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।ଗତ ୨୧-୫-୨୦୨୨ ତାରିଖ ରାତିରେ ହଠାତ୍ ତାଙ୍କର ଛାତିରେ ଜନ୍ତ୍ରଣା ହୋଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ମାନର ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ସମୟରେ ୨୨-୫-୨୦୨୨ ତାରିଖ ପୂର୍ବାହ୍ନ ୮ ଘଣ୍ଟା ସମୟରେ ଗୁଡ଼ାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେ ଜଣେ ରାଜବୈଦ୍ୟ, କର୍ତ୍ତବ୍ୟ ପରାୟଣ, ଧର୍ମ ପରାୟଣ, ନିଷ୍ଠାବାନ, ସଚ୍ଚୋଟ, ସତ୍ୟବାଦୀ,ଭଦ୍ର,ନମ୍ର,ସରଳ,ନିଷ୍କପଟି, ମିଷ୍ଟଭାଷୀ, ମେଳାପି ଓ ବିଜ୍ଞ ବ୍ୟକ୍ତିତ୍ଵ ତଥା କର୍ତ୍ତବ୍ୟ ପରାୟଣ ଅବସରପ୍ରାପ୍ତ ଶିକ୍ଷକ ଥିଲେ । ଶେଷରେ ସେ ଧାର୍ମିକ ଭାବନାରେ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟରେ ଟ୍ରଷ୍ଟର ସମ୍ପାଦକ ଦାୟିତ୍ବରେ ରହି ମନ୍ଦିର କାର୍ଯ୍ୟ ତତ୍ପରତା ସହ ତୁଲାଇ ଆସୁଥିଲେ । ତାଙ୍କର ମହନୀୟତା ଓ ଆତ୍ମାର ସଦଗତି ପାଇଁ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଗୁଡ଼ାରୀ ପକ୍ଷରୁ ଆଜି ୨୬-୫-୨୦୨୨ ତାରିଖ ଅପରାହ୍ନ ୫ ଘଣ୍ଟିକା ସମୟରେ ଜଗନ୍ନାଥ ମନ୍ଦିର ପରିସରରେ ୧୦୮ ଦୀପଦାନ କରିବା ସହ ଶୋକ ପାଳନ କରିଥିଲେ । ଏହି ଅବସରରେ ମନ୍ଦିର ଟ୍ରଷ୍ଟ ସଭାପତି ଶ୍ରୀ ପ୍ରଭାକର ରଥ, ଗଣପତି ପ୍ରସାଦ ପାଠୀ, ଗୋପିନାଥ ଗୋୖଡ, ଦିବାକର ଗୋୖଡ, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗୁଡାରିର ବହୁ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।