ପୁରା ଖବର ବିଷୟରେ



ବ୍ୟବସାୟୀ ସୁତ୍ରରେ ବନ ବିଭାଗ ଗୁଡ଼ାରୀ ପକ୍ଷରୁ ୨ହାତୀ ଦାନ୍ତ ଜବତ ସହ ଦୁଇ ଜଣ ଗିରଫ

May 25 2022 11:47PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବ୍ୟବସାୟୀ ସୁତ୍ରରେ ବନ ବିଭାଗ ଗୁଡ଼ାରୀ ପକ୍ଷରୁ ୨ହାତୀ ଦାନ୍ତ ଜବତ ସହ ଦୁଇ ଜଣ ଗିରଫ । ରାୟଗଡ଼ା ଜିଲ୍ଲା ବନ ବିଭାଗ ଗୁଡ଼ାରୀ ପକ୍ଷରୁ ପଦ୍ମପୁର ଥାନା ଅନ୍ତର୍ଗତ ହସ୍ତିନାପୁର ଗ୍ରାମ ନିକଟସ୍ଥ କାଜୁ ବାଡ଼ ନିକଟରେ ବ୍ୟବସାୟୀକ ସୁତ୍ରରେ ଦୁଇ ଗୋଟି ହାତୀଦାନ୍ତ ଜବତ ସହ ଦୁଇ ଜଣ ହାତୀଦାନ୍ତ ବେପାରୀ ମାଫିଆଙ୍କୁ ଗିରଫ କରାଯାଇଛି ।ଜବତ କରାଯାଇଥିବା ହାତୀଦାନ୍ତ (୧) ୭୦ ସିଏମ ଲମ୍ବ, ୨୩ସିଏମ. ଚଉଡା ଓ ୩.୭୦କେ.ଜି. ଓ (୨) ୮୦ ସି.ଏମ. ଲମ୍ବ,୨୩ ସି.ଏମ.ଚଉଡା,ଓ ୩.୩୧୦କେ.ଜି. ଓଜନ ବିଶିଷ୍ଟ ଦୁଇଗୋଟି ହାତୀଦାନ୍ତ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇ ସିମ କାର୍ଡ ବିଶିଷ୍ଟ ଅପୋ ଏଣ୍ଡ୍ରୋଡ ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ (୧) ଜାକବ ମାଝୀ,ବ.୩୫ବର୍ଷ, ପିତା ସ୍ବର୍ଗତ ମୁଦୁରା ମାଝୀ,ବା:ସ୍ଥା: କିନ୍ଦ୍ରାଗୁଡା,ପୋ:ଅ:ତବଲାଗୁଡ଼ା , ଥାନା: ପଦ୍ମପୁର ହୋଇଥିବା ବେଳେ (୨) ପଦ୍ମନ କାଡ୍ରାକା,ବ:୫୫ବର୍ଷ, ପିତା: ସ୍ବର୍ଗତ ରେଲି କାଡ୍ରାକା, ବା.ସ୍ଥା: ଡେରିଗାଁ,ପୋ.ଅ.ଡେରିଗାଁ, ଥାନା: ଗୁଡ଼ାରୀ, ଜିଲ୍ଲା ରାୟଗଡ଼ା ବୋଲି ଜଣାପଡିଛି । ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଗୁଡ଼ାରୀ ପକ୍ଷରୁ କେନ୍ଦୁଗୁଡା ସେକ୍ସନ ବନାଞ୍ଚଳ ଅଧିନସ୍ଥ ହସ୍ତିନାପୁର ନିକଟସ୍ଥ କାଜୁ ଜଙ୍ଗଲରେ ବେପାରୀ ହିସାବରେ ଯାଇ ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ କାବୁ କରି ନେଇଥିଲେ । ସମସ୍ତ ଘଟସୂତ୍ର ଡେପୁଟି ବନ୍ୟାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର ଯୋଜନା କରିଥିବା ବେଳେ ଏହି ଅବସରରେ ରାମନାଗୁଡା ଫରେଷ୍ଟର ଶ୍ରୀ ନରେନ୍ଦ୍ର କୁମାର ଗମାଙ୍ଗ,ନାଇରା ଫରେଷ୍ଟର ଶ୍ରୀ ଚନ୍ଦ୍ରଶେଖରଙ୍କ ସାହୁ,ଶିରିଗୁଡା ବିଟ୍-୧ ଫରେଷ୍ଟ ଗାର୍ଡ ଶ୍ରୀ ସିମାଞ୍ଚଳ ପଟ୍ଟନାୟକ, ବିଟ୍-୨ ଫରେଷ୍ଟ ଗାର୍ଡ ଶ୍ରୀ ପ୍ରଭାତ କୁମାର ବେହେରା,କେନ୍ଦୁଗୁଡା ବିଟ୍ ଫରେଷ୍ଟ ଗାର୍ଡ ଶ୍ରୀ କାମଦେବ ଶବର, ଗୁଡ଼ାରୀ ବନାଞ୍ଚଳ ପାରା ଫରେଷ୍ଟ ଗାର୍ଡ ତପସ୍ଵିନୀ କର,ଆଇ.ପି.ସି.ଇ.ଏ. ସ୍କୁଆଡ ଗୁଡ଼ାରୀ ରେଞ୍ଜର କର୍ମଚାରୀ ମାନେ ଉପସ୍ଥିତ ରହିଥିବା ଡେପୁଟି ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର ସୂଚନା ଦେଇଛନ୍ତି ।