ପୁରା ଖବର ବିଷୟରେ



ବ୍ଳକ କାର୍ଯ୍ୟାଳୟ ଗୁଡ଼ାରୀ ସଭା ଗୃହରେ ପି.ଆର.ଆଇ. ମେମ୍ବର ମାନଙ୍କୁ ନେଇ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

May 25 2022 1:57AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟ ସଭା ଗୃହରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବରଙ୍କ ସଭାପତିତ୍ବରେ ଏବଂ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଆଜି ୨୪-୦୫-୨୦୨୨ ତାରିଖ ୯ ଘଣ୍ଟିକା ସମୟରେ ପି.ଆର.ଆଇ. ମେମ୍ବର ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ଉପାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପତି କ୍ରାସ୍କା,ଏମ.ପି. ପ୍ରତିନିଧି ଶ୍ରୀ ରଘୁନାଥ ପାତ୍ର,ଡି.ଡବ୍ଳ୍ୟୁ.ଏସ.ଏମ/ଡି.ଏସ.ସି. ଓ୍ବାଇ.ଜୟଲକ୍ଷ୍ମୀ ପାତ୍ର,ବି.ଆର.ସି. ଶ୍ରୀ ଗିରୀଧର କନ୍ଧପାଣି ,୯ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ଏବଂ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହି ପାନୀୟଜଳ ସୁରକ୍ଷା, ବର୍ଜ୍ୟବସ୍ତୁ ନିଷ୍କାସନ, ପରିବେଶ ରକ୍ଷା,ଅଣ ଜୈବିକ ବସ୍ତୁକୁ ପଞ୍ଚାୟତ ସ୍ତରରେ ପରିଚାଳନା କରିବା, ଜଳ ଓ ପରିମଳ ବ୍ୟବସ୍ଥାରେ ସ୍ବଛ ପରିବେଶ ସୃଷ୍ଟି କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ ।