ପୁରା ଖବର ବିଷୟରେ



ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ଆବେଦନପତ୍ର ଯାଞ୍ଚ

May 25 2022 1:54AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ଆବେଦନପତ୍ର ଦାଖଲ କରିଥିଲେ । ଆଜି ୨୧-୦୫-୨୦୨୨ ତାରିଖ ପୂର୍ବାହ୍ନ ୧୦-୩୦ ମିନିଟ ସମୟରେ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗୁଡ଼ାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ,ସିଡିପିଓ ଗୁଡ଼ାରୀ ଶ୍ରୀମତି ପୁଷ୍ପାଞ୍ଜଳି ପଟ୍ଟନାୟକ,ଡା.ଶୁଭାଶିଷ ବେହେରା,ବିଏସଏସଓ ଲମ୍ବୋଦର ମାଝୀ ଓ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଗୁଡ଼ାରୀର ବରିଷ୍ଠ କିରାଣୀ ଶ୍ରୀ ମୂରାରୀ ପଟ୍ଟନାୟକଙ୍କ ଉପସ୍ଥିତରେ ଯାଞ୍ଚ କରାଯାଇଛି । ସୂଚନା ଥାଉକି ୩ ଟି ଅଙ୍ଗନବାଡ଼ି ଓ ଗୋଟିଏ ମିନି ଅଙ୍ଗନବାଡ଼ି ମୋଟ ୪ ଗୋଟି ଅଙ୍ଗନବାଡ଼ି ପଦବୀ ନିମନ୍ତେ ୨୩ ଜଣ ଆବେଦନ ପତ୍ର ଦାଖଲ କରିଥିବା ଜଣାପଡିଛି ।