ପୁରା ଖବର ବିଷୟରେ



ମଧୁକୁପୁଡା ଗ୍ରାମରେ କାଳବୈଶାଖୀ ତାଣ୍ଡବଲୀଳା ବଜ୍ରପାତ ଫଳରେ ୫ ଗୋଟି ବଳଦ ମୃତ୍ୟୁ

May 24 2022 4:42PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ କଦମା ପଞ୍ଚାୟତର ମଧୁକୁପୁଡା ଗ୍ରାମରେ ଗତ ରାତ୍ର କାଳବୈଶାଖୀର ତାଣ୍ଡବଲୀଳା ବଜ୍ରପାତ ଫଳରେ ଘଟଣାସ୍ଥଳରେ ୫ଗୋଟି ବଳଦ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ମଧୁକୁପୁଡା ଗ୍ରାମର ମନିଷା ପାସ୍କାର ୨ଗୋଟି, ପ୍ରତାପ ମାଝୀର ୨ଗୋଟି ଓ ଦାଉଦ ମାଝୀର ୧ ଗୋଟି ବଳଦ ଗୁଡିକ ସବୁ ଦିନ ଭଳି ଦିନ ତମାମ ଚରାବୁଲା କରି ମଧୁକୁପୁଡା ଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରାତ୍ରୀ ଯାପନ କରିଥିଲେ । କିନ୍ତୁ ଦୈବିଦୁର୍ବିପାକ ରାତିରେ କାଳବୈଶାଖୀର ତାଣ୍ଡବଲୀଳା ଫଳରେ ବଜ୍ରପାତ ପଡ଼ି ୫ ଗୋଟି ବଳଦ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।ଏହ ପରିପ୍ରେକ୍ଷୀରେ ଶିରିଗୁଡା ରାଜସ୍ବ ନୀରିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ବଳଦ ଗୁଡିକୁ ପୋତି ଦେଇଥିବା ସୂଚନା ମିଳିଛି ।