ପୁରା ଖବର ବିଷୟରେ



ଆଦୁ ମାଝୀ ଜୀବନ ମରଣ ସହ ଲଢେ଼ଇ କରୁଛନ୍ତି ,

May 21 2022 1:47PM
ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ର ତଳପାଡିଖାଲ ଗ୍ରାମର ଆଦୁ ମାଝୀ ପିତା ଡମେନ ,ସେ ଆଜିକୁ ପ୍ରାୟ ପାଞ୍ଚ ମାସ ବିତିଗଲାଣି ଗୃହ ବନ୍ଦୀ ଭାବେ ଖଟିଆ ରେ ପଡିରହୁଛନ୍ତି। କାରଣ ହେଲା , ପ୍ରାୟ ପାଞ୍ଚ ମାସ ପୂର୍ବେ ତାଙ୍କ ବାମ ଗଡର ଆଙ୍ଗୁଠିରେ ଏକ ବଥ ପ୍ରକାରର ଛଟିଆ ଆକାରରେ କିଛି ବାହାରି ଥିଲା , ଏହା ଘାଆଟିଏ ହୋଇ ପରବର୍ତୀ ସମୟରେ ସମଗ୍ର ପାଦରେ ବ୍ୟାପି ଯାଇଥିଲା ଏବଂ ପରିବାର ଲୋକେ ଏହାର କାରଣ ବୁଝିବା ବେଳକୁ ପାଦର ସମସ୍ତ ଆଙ୍ଗୁଳି ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଛି । ମୁଖ୍ୟ ବିଷୟ ହେଲା , ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ରେ କାଶୀପୁର ରୁ ମୈଦାନରେ ବଡ ବାବୁ ମାନେ ପ୍ରଚାର ରେ ଜୋରଜାର ଲାଗି ପଡ଼ିଥିଲେ । ଆଦୁ ଙ୍କ ପିତାଙ୍କ କହିବାନୁଯାୟୀ ଜଣେ କାଶୀପୁର ର ବଡ ବାବୁ ନିର୍ବାଚନ ପ୍ରଚାର ରେ ତାଙ୍କ ଗ୍ରାମକୁ ଯାଇଥିଲେ । ଆଦୁଙ୍କ ଅସହ୍ୟ ପରିସ୍ଥିତି ବିଷୟରେ ପଚାରି ବୁଝିବା ପରେ, ସେ ଉପଯୁକ୍ତ ଚିକିତ୍ସା ପାଇଁ ଏକ ଗାଡି ପଠାଇବେ ଏବଂ କୌଣସି ଏକ ଚିକିତ୍ସା କେନ୍ଦ୍ର କୁ ଚିକିତ୍ସା ପାଇଁ ସମସ୍ତ ଅର୍ଥ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପ୍ରଚାର ର ମାସ ମାସ ବିତିଗଲା, କେହି ଦୁଃଖ ବୁଝିଲେ ନାହିଁ, ବଡ ବାବୁ ମଧ୍ୟ ଦିନେ ହେଲେ ଦେଖା କଲେ ନାହିଁ ।ଇତି ମଧ୍ୟରେ ବଡ ବାବୁଙ୍କ ଅପେକ୍ଷାରେ ପରିବାର ଲୋକ ଚିକିତ୍ସା ରେ ବିଳମ୍ବ କରିବା ଯୋଗୁଁ ଆଦୁଙ୍କ ଜୀବନ ବିପନ୍ନ ଓ କଷ୍ଟକର ହୋଇଯାଇଛି।ଚିକିତ୍ସା ଅଭାବ ଯୋଗୁଁ ଗୋଡଟି ପୂଜ ମାରି ସମ୍ପୂର୍ଣ୍ଣ ଗୋଡକୁ ବ୍ୟାପିବାରେ ଲାଗିଲାଣି । ଆଦୁ ନିଜ ଜୀବନ ବିକଳ ରେ , ଆବଶ୍ୟକ ହେଲେ ଗୋଡଟିକୁ ସମ୍ପୂର୍ଣ୍ଣ କାଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।ତାଙ୍କ ପିତା ଡମେନ ମାଝୀ ବୟସ୍କ ବ୍ୟକ୍ତି ସେ ଏକା ,ପରିବାର ରେ ରୋଜଗାର କରନ୍ତି,ତାହା ମଧ୍ୟ ଚାଷବାସ ।ଆଦୁଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅପରେସନ ର ଆବଶ୍ୟକ ହେତୁ ଡାକ୍ତର କୋରାପୁଟ ସ୍ଥାନାନ୍ତର କରିଛନ୍ତି ।ଶେଷରେ ଆଦୁଙ୍କ ପିତା ନିଜ ପୁଅ ର ଜୀବନ ବଞ୍ଚାଇବା ପାଇଁ ରାୟଗଡା ଜିଲ୍ଲା ପାଳ ମହୋଦୟଙ୍କୁ ,ପ୍ରଶାସନ , ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।