ପୁରା ଖବର ବିଷୟରେ



ଗୁଡ଼ାରୀ କୃଷ୍ଣ ଫିଲିଙ୍ଗସ ପେଟ୍ରୋଲ ପମ୍ପ ନିକଟରେ ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର ଟ୍ରାକ୍ଟର ଫେରାର ।

May 18 2022 10:44PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ କୃଷ୍ଣ ଫିଲିଙ୍ଗସ ପେଟ୍ରୋଲ ପମ୍ପ ନିକଟରେ ୧୮-୫-୨୦୨୨ ତାରିଖ ସନ୍ଧ୍ୟା ୬.୩୦ ସମୟରେ ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର, ଟ୍ରାକ୍ଟର ଫେରାର । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି, ଯୁବକ ଜଣକ ସଦର ସାନହୁମା ଗ୍ରାମପଞ୍ଚାୟତର ପଦ୍ମନ ବିଡିକଙ୍କ ପୁତ୍ର ସୁଜିତ୍ ବିଡିକା ବୋଲି ଜଣାପଡି ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଯୁବକ ସୁସ୍ଥ ଥିବା ଜଣା ପଡ଼ିଛି । ସୂଚନା ଥାଉକି ଯୁବକ ଜଣକ ଯାତ୍ରୀବାହୀ ଅଟୋରେ ସହଯୋଗୀ ମାନଙ୍କ ସହ ନିଜ ଗ୍ରାମକୁ ଫେରୁଥିବା ବେଳେ ଅପରପକ୍ଷରୁ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ରାସ୍ତା ଅବରୋଧ କରି ଆସୁଥିବାବେଳେ ଅଟୋ ରାସ୍ତାର ମାଟି ତଳଦେଇ ଗତି କରୁଥିବା ବେଳେ ଅଟୋର ପାର୍ଶ୍ଵରେ ବସିଥିବା ଯୁବକଙ୍କ ଜଂଘରେ ଟ୍ରାକ୍ଟରର ପାର୍ଶ୍ଵରେ ଥିବା ଲୁହା ହୁକ ପଶି ଜଂଘର ମାଂସ ଫାଡ଼ି ହୋଇ ଯାଇଥିବା ଦେଖିବାକୁ ମିଳିଛି । ପ୍ରାଥମିକ ଚିକିତ୍ସା ସମୟରେ ଫାଡି ହୋଇଥିବା ସ୍ଥାନରେ ପ୍ରାୟ କୁଡିଏ ଗୋଟି ସିଲେଇ ପଡ଼ିଥିବା ସୂଚନା ମିଳିଛି ।