ପୁରା ଖବର ବିଷୟରେ



ପ୍ରଥମ ଥର ପାଇଁ ବିଜ୍ଞାନ ବିଦ୍ୟାଳୟ ରାୟଗଡ଼ା ତରଫରୁ ଅନୁଷ୍ଠିତ ହେଲା ମହାକାଶ ବିଜ୍ଞାନ କର୍ମଶାଳା ।

May 18 2022 9:27AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜ୍ଞାନ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ମହାକାଶ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା କେବଳ ରାୟଗଡ଼ାରେ ନୁହେଁ ଓଡ଼ିଶାରେ ପ୍ରଥମ ବୋଲି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସୁଦୂର ଦିଲ୍ଲୀରୁ ଉପସ୍ଥିତ ଥିବା ଶିକ୍ଷାବିତ୍ ଶ୍ରୀଯୁକ୍ତ ଛବି ସାର କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କେବଳ ଛାତ୍ର ଛାତ୍ରୀ ମାନଙ୍କ ମହାକାଶ ବିଜ୍ଞାନ ବିଷୟରେ କିଭଳି ଅଧିକ ଜ୍ଞାନ ଆହରଣ କରି ଭବିଷ୍ୟତରେ ସେମାନେ ମହାକାଶ ବିଜ୍ଞାନୀ ହେବାରେ ସହାୟତା କରିବା ତାହାହିଁ ମୁଖ୍ୟ ଲକ୍ଷ୍ୟ । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରାୟ 400 ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା । ଏଭଳି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଗଲେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ରାୟଗଡ଼ା ଜିଲ୍ଲାର ଛାତ୍ର ଛାତ୍ରୀ ଭବିଷ୍ୟତରେ ମହାକାଶ ବିଜ୍ଞାନରେ ନିଜ ନିଜ କ୍ୟାରିୟର ଗଠନ କରିପାରିବେ ବୋଲି ମତ ରଖିଛନ୍ତି ।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦ୍ଵାରା ମହାକାଶରେ ଥିବା ଉପଗ୍ରହ ଚନ୍ଦ୍ର, ନିକଟତମ ଗ୍ରହ ମଙ୍ଗଳ ଓ ସନି ଭଳି ଗ୍ରହକୁ ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମ 16 05 22 ରୁ 18 05 22 ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀଯୁକ୍ତ ଏଲ ପ୍ରବିଣ କୁମାର ପ୍ରକାଶ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅତି ସୁରୁଖୁରୁରେ ପରିଚାଳନା କରିଥିଲେ ।