ପୁରା ଖବର ବିଷୟରେ



ଗୁଡ଼ାରୀ ବ୍ଳକ କାର୍ଯ୍ୟାଳୟ ସଦଭାବନା କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

May 18 2022 9:20AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ସଦ୍ଭାବନା କକ୍ଷରେ ଜିଲ୍ଲାପାଳ ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ (ଡିଏମ) ଶ୍ରୀ ସରଜ କୁମାର ମିଶ୍ର, ଉପଜିଲ୍ଲାପାଳ ଗୁଣୁପୁର ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ପିଡି ଡିଆରଡିଏ ରାୟଗଡ଼ା ଶ୍ରୀ ରବିନାରାୟଣ ତ୍ରିପାଠୀ, ଡିଏଫଓ ରାୟଗଡ଼ା ଶ୍ରୀ ବିଜୟ କୁମାର ପରିଡ଼ା, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୋୖଧୁରୀ, ନିର୍ବାହୀ ଯନ୍ତ୍ରୀ ଜିଲ୍ଲା ଗ୍ରାମିଣ ଜଳ ଯୋଗାଣ ସଂସ୍ଥା ରାୟଗଡ଼ା ଶ୍ରୀ ଚିତ ରଞ୍ଜନ ଜେନା, ଅଭିଯୋଗ ଶୁଣାଣୀ ଅଧିକାରୀ ସୁଶ୍ରୀ ମଧୁମିତା ପାମେଲା କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ପିଏଆଇଟିଡିଏ ଗୁଣୁପୁର ଶ୍ରୀ ଲୋକନାଥ ଦଳବେହେରା,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ, ସମେତ ଯୋଗ ଦେଇଥିବା ବେଳେ ସମିତି ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର,ଗୁଡ଼ାରୀ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ଅରୁପା ନନ୍ଦ ବେହେରା,ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର, ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ମାଧବ ଚୋୖଧୁରୀ, କୃଷି ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କବିବର ପ୍ରଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତରେ ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୫୦ ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୩୭ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୧୧ଗୋଟି ଗ୍ରାମବାସୀ ମାନଙ୍କର ଥିଲା ଏବଂ ୨ ଗୋଟି ରେଡ଼କ୍ରସ ନିମନ୍ତେ ଅଭିଯୋଗ କରିଥିଲେ । ରେଡ଼କ୍ରସରୁ ଜିଲ୍ଲାପାଳ ୨ଜଣଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡ଼ିକ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ