ପୁରା ଖବର ବିଷୟରେ



ମୋୖଳିକ ଅଧିକାରରୁ ବଞ୍ଚିତ ଜୁନାପାଣି ଗ୍ରାମବାସୀ, ସରକାରୀ ଯୋଜନା ଏଠି ସାତ ସପନ ।

May 15 2022 2:09PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମପଞ୍ଚାୟତ ଜୁନାପାଣି ଗ୍ରାମବାସୀଙ୍କ ପାଇଁ ସରକାରଙ୍କ ଯୋଜନା ସାତ ସପନ । ମୋୖଳିକ ଅଧିକାରରୁ ବଞ୍ଚିତ ଜୁନାପାଣି ଗ୍ରାମବାସୀ । ଏହି ବସତି ବ୍ଳକ ଠାରୁ ମାତ୍ର ଦଶ କିଲୋମିଟର ଏବଂ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ । କେନ୍ଦ୍ର ସରକାରଙ୍କ ଯୋଜନା ପରେ ଯୋଜନା କରୁଥିବା ବେଳେ ରାଜ୍ୟ ସରକାରଙ୍କ 5ଟି ଯୋଜନା ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଗମନାଗମନ ଓ ଆବାସ ଯୋଜନା ଏଠି ସାତ ସପନ ଦେଖିବାକୁ ମିଳିଛି । ସବ୍ କା ସାଥ ସବ୍ କା ବିକାଶ ନାମରେ ସରକାର ଢେଣ୍ଡୁରା ପିଟୁଥିବା ବେଳେ ଜୁନାପାଣି ଗ୍ରାମର ନକ୍ସା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି । ଗ୍ରାମବାସୀ ଜୀବନଜୀବିକା ପାଇଁ ନିକଟସ୍ଥ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ପାହାଡ଼ିଆ ଧାନ,କୋଳଥ,ମାଣ୍ଡିଆ ସହ ପଥର ଫୁଟାଇ ଜୀବିକା ନିର୍ବାହ କରୁଥିବାବେଳେ କର୍ମକୁ ଆଦରି ପଡିରହିଥିବା ପ୍ରକାଶ କରିଛନ୍ତି । ଗ୍ରାମରେ ଜଳ ସଙ୍କଟ ଝରଣା ଜଳ ଏକମାତ୍ର ସାହା, ସ୍କୁଲ ନାହିଁ ଶିକ୍ଷା ପାଇଁ ଗ୍ରାମର ୨୫ ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରାୟ ୪ କିଲୋମିଟର ଦୂର୍ଗମ ରାସ୍ତା ଦେଇ ଘେନୁଗୁଡାକୁ ପଢିବାକୁ ଯାଆନ୍ତି । ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଆବାସ ଯୋଜନାରୁ ବଞ୍ଚିତ, ସ୍ବାସ୍ଥ୍ୟ ସେବା ନ କହିବା ଭଲ, ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ, ଏହିପରି ଅନେକ ମୋୖଳିକ ଅଧିକାରରୁ ବଞ୍ଚିତ ଜୁନାପାଣି ଗ୍ରାମବାସୀ ସମସ୍ତ ଯୋଜନା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିବାବେଳେ ଏହ ଗ୍ରାମ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।