ପୁରା ଖବର ବିଷୟରେ



ଆଦିବାସୀ ସଂଘର୍ଷ ମୋର୍ଚା (ଏ.ଏସ.ଏମ) ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ

May 15 2022 9:12AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଗଜପତି ଜିଲ୍ଲା, ନୁଆଁଗଡ ବ୍ଲକ଼ ଅନ୍ତର୍ଗତ ଝାଲେରସିଂ ପଞ୍ଚାୟତ ର ବୁଦୁପଡା ଠାରେ ଜଳ, ଜଙ୍ଗଲ ଓ ଜମି ଅଧିକାର ନେଇ ଏକ କ୍ୟାଡ଼ର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ପକ୍ଷରୁ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ଜଳ ଜଙ୍ଗଲ ଓ ଜମି ଅଧିକାର ଉପରେ ବିଭିନ୍ନ ନାରା ଦେଇ ବୈଠକ ସ୍ଥଳରେ ପହଞ୍ଚି ଥିଲେ ।ଉକ୍ତ ସ୍ଥଳରେ ଆଲୋଚନା ମାଧ୍ୟମରେ ଚଲିତ ମାସ 25 05 2022 ତାରିଖରେ ନୁଆଗଡ ବ୍ଲକ ତହସିଲ ଓ ବ୍ଲକ କାର୍ଯ୍ୟଳୟ ସମୁଖରେ ଗଣଧାରଣା ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ ।ଉକ୍ତ ସଭାରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ସର୍ବ ଭାରତୀୟ ନେତା ଅନାସିମ ଶବର, ସି ପି ଆଇ (ଏମଏଲ) ଲିବରେସନର ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ ବୃନ୍ଦାବନ ବିଡ଼ିକl, ନୂଆଗଡ଼ ବ୍ଲକ଼ ସମ୍ପାଦକ ଜାକବ କାର୍ଜି ପ୍ରମୁଖ ଉପସ୍ଥିତ ଥିଲେ। ଦାବି ସମୁହହେଲା : ୧ - ନୁଆଗଡ ବ୍ଲକ଼୍ ଅନ୍ତର୍ଗତ ପ୍ରତେକ ପଞ୍ଚାୟତର ଗରିବ ଲୋକ ମାନଙ୍କୁ ୨୦୦ଦିନ କାମ ଦୈନିକ ୫୦୦ ଟକାଂ ଦିଆଯାଉ। ୨ - ଆଦିବାସୀ ମାନଙ୍କ ଭାଷା ଓ ସଂସ୍କୃତି ସାମ୍ଭାଧାନିକ ଅଧିକାର ଦେବା ସହ ସଂରକ୍ଷଣ ଅଧିକାର ଦିଆଯାଉ। ୩ - ନୂଆଗଡ଼ ବ୍ଲକ଼ ଅନ୍ତର୍ଗତ ସମସ୍ତ ଗାଁର ଆଦିବାସୀ ମାନଙ୍କୁ ଏଫ.ଆର.ଏ. ସାମିଲ କରାଯାଉ। ୪ - ନୁଆଗଡ ବ୍ଲକ଼୍ ରେ ଆଦିବାସୀ ମାନଙ୍କୁ ଜଗଂଲରେ ବୃକ୍ଷ ରୋପଣ ପାଇଁ ଗ୍ରାମ ସଭା ଗୁଡିକରେ ପାଣ୍ଠି ଯୋଗାଇ ମନରେଗାରେ କାମ ଯୋଗାଇ ଦିଆଯାଉ। ୫ - ନୁଆଁ ଗଡ ବ୍ଲକ ରେ ଜଙ୍ଗଲ ବାସୀଙ୍କ ଦ୍ବାରା ଆଦାୟ କରଥିବା ମହୁଲ, ଜୁଣା, ଛାଞ୍ଚୁଣି, ହଳଦୀ ଇତ୍ଯାଦି ଦ୍ରବ୍ୟ ଗୁଡିକର କ୍ରୟ ବିକ୍ରୟ ପାଇଁ ମର୍କେଟ ବ୍ୟବସ୍ଥା କରାଯାଉ l ୬ - ଆଦିବାସୀ ମାନଙ୍କ ମଧ୍ୟରେ ଭୁମିହିନତାକୁ ଦୁର କରିବା ପାଇଁ ଜମି ସଂରକ୍ଷଣ କରାଯାଉ।