ପୁରା ଖବର ବିଷୟରେ



ନୂଆଗାଁ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସମୀକ୍ଷା ବୈଠକ

May 14 2022 5:17PM
(ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଦିଲ୍ଲୀପ କୁମାର ଜାନି ଙ୍କ ରିପୋର୍ଟ ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସମସ୍ତେ ଏକତ୍ରିତ ହୋଇ ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ଏବଂ ତୃଣ ମୂଳ ସଂଗଠନ କୁ ଅଧିକରୁ ଅଧିକ ମଝଭୂତ କରିବା ପାଇଁ ଉପସ୍ଥିତ ବରିଷ୍ଠ କର୍ମ କର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ଏବଂ ଦଳର ସଂଗଠନ କୁ ଅଧିକରୁ ଅଧିକ ମଝଭୂତ୍ କରିବା ପାଇଁ ସମସ୍ତେ ମିଳିମିଶି ଏକତ୍ର ହୋଇ କାର୍ଯ୍ୟ କରିବେ ବୋଲି ବରିଷ୍ଠ କର୍ମକର୍ତ୍ତା ମାନେ ନିଷ୍ପତି ନେଇଥିଲେ।ଏନେଇ ବିଜେଡ଼ି ର ବରିଷ୍ଠ କର୍ମକର୍ତ୍ତା ଙ୍କୁ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା।ଏହି ବୈଠକ ରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ନାୟକ,ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟା ଙ୍କ ପ୍ରତିନିଧି ,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ।