ପୁରା ଖବର ବିଷୟରେ



ରୋହିତ କୋଲୋନୀ ଠାରେ ନବଜୀବନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା ମହିଳା ମାନଙ୍କୁ ମାସିକ ରେସନ ସାମଗ୍ରୀ ପ୍ରଦାନ

May 14 2022 4:42AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) । ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ରୋହିତ କୋଲୋନୀ ଠାରେ ନବଜୀବନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା ମହିଳା ମାନଙ୍କୁ ଆଜି ୧୩-୦୫-୨୦୨୨ ତାରିଖରେ ଟ୍ରଷ୍ଟ ଆୟୋଜକ ଏନ.ନଳିନୀଙ୍କ ଅଧ୍ୟକ୍ଷତାରେ ମାସିକ ରେସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ଟାଉନ ମହିଳା ମୋର୍ଚ୍ଚା ଉପସଭାପତି ଶ୍ରୀମତୀ ଜୟନ୍ତୀ ମହାରଣା ଉପସ୍ଥିତ ରହିଥିବା ବେଳେ ଟ୍ରଷ୍ଟର କାର୍ଯ୍ୟରତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ସୂଚନା ଥାଉକି ଉକ୍ତ ଟ୍ରଷ୍ଟ ମାଧ୍ୟମରେ ଅନାଥ, ଗରିବ, ନିରାଶ୍ରୟ ବାଳିକା ମାନଙ୍କୁ ମାଗଣା ଖାଇବା, ରହିବା, ପିନ୍ଧିବା ଓ ପାଠ ପଢ଼ାଇବା ସହ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳରେ ତାଲିମ ପ୍ରଦାନ କରାଯାଇ ଜୀବିକାର୍ଜନରେ ଥଇଥାନ ବ୍ୟବସ୍ଥା ରହିଥିବା ବେଳେ ନିରାଶ୍ରୟ ବୃଦ୍ଧା ମହିଳା ମାନଙ୍କୁ ପ୍ରତିମାସର ଦ୍ୱିତୀୟ ସପ୍ତାହର ଶୁକ୍ରବାରରେ ରେସନ ସାମଗ୍ରୀ ବଣ୍ଟନ କରାଯାଉଥିବା ସୂଚନା ମିଳିଛି । ଟ୍ରଷ୍ଟର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା ଶୁଣିବାକୁ ମିଳିଛି ।