ପୁରା ଖବର ବିଷୟରେ



ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ୪ ଜଣ ଆହତ

May 11 2022 11:41PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଏପରି ଏକ ମର୍ମନ୍ତୁଦ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ଗୁମୁଡା ଫାଣ୍ଡି ଅନ୍ତର୍ଗତ ସୁଥୁରାଜପୁର ନିକଟରେ । ସୂଚନା ଥାଉକି ନୁଆଗଡରୁ ରାମନାଗୁଡା ଅଭିମୁଖେ ଓଡି ୧୮ ଜେ ୪୭୧୯ ନମ୍ବର ବିଶିଷ୍ଟ ବାଇକ ଯୋଗେ ଦୁଇ ଜଣ ଯାଉଥିବା ବେଳେ ଗୁଣୁପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୋସେଇଁ ଗୁଲୁମୁଣ୍ଡା ଠାରୁ ଏକ ବାହାଘର ଭୋଜି ରୋଷେଇ ସାରି ତିନି ଜଣ ବ୍ୟକ୍ତି ଓଡି ୧୮ଜେ ୯୯୨୭ ନମ୍ବର ବିଶିଷ୍ଟ ବାଇକ ଯୋଗେ ନିଜ ଗ୍ରାମ ଲିମାପଦର ଫେରୁଥିବା ସମୟରେ ସୁଥରାଜପୁର ଗ୍ରାମ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ଲିମାପଦର ଗ୍ରାମର ରମେଶ ପଣ୍ଡା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟ ଗୁଣୁପୁରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।